Latest Odisha News

BREAKING NEWS

ଜୀବନର ଟ୍ରାୟଲୋଜୀ

ଇତିଶ୍ରୀ ନାୟକ

ମୁଁ ଆଉ ଜୀବନ
ଗୋଟେ ରିଭଲଭିଂ ଡୋରର
ଏପଟେ ସେପଟେ
ନା ମୁଁ ତାକୁ ଛୁଇଁ ପାରେ
ନା ସେ ମୋତେ।।

ଜୀବନଟା କମ୍ପ୍ଯୁଟର ପ୍ରୋଗ୍ରାମିଂର
ଶୂନ୍ ଆଉ ଏକର ଖେଳ ନୁହେଁ
ଶୂ୍ନ ଆଉ ଏକ ମଝିର
ଯାତ୍ରା ହିଁ ବୋଧେ ଜୀବନ।।

ଜୀବନର ହିସାବ କିତାବ
ସରିଯିବା ଆଗରୁ
ଏଇଠି ସାରିଦେବା
କାହାଠୁ କ୍ଷମା ମାଗିନେବା
କାହାକୁ କ୍ଷମା ଦେଇଦେବା ।।

Comments are closed.