ମୂଳ ରଚନା : ମାରିନା ଶ୍ୱେତାଏଭା
ଆଜି ନୁହେଁ ତ କାଲି ଏ ବରଫ ତରଳିବ ନିଶ୍ଚୟ
ତୁମେ ଏକ ବିଶାଳ ଲୋମଶ ପୋଷାକ ଭିତରେ ରହିଛ
ଏବଂ ତୁମର ଅଧର ଦ୍ୱୟ ଶୁଖି ଯାଇଛି ସବୁଦିନ ପାଇଁ
ମୁଁ ଜାଣି ପାରୁନି ତୁମକୁ ଦୟା ଦେଖାଇବି କି ନାହିଁ।
ତୁମର ପିଇବା ଅଭ୍ୟାସ ଖୁବ କଷ୍ଟକର
ପଦଚାଳନା ଓଜନଦାର
ତୁମ ପାଖ ଦେଇ ଯାଉଥିବା ଲୋକ ଦ୍ରୁତଗତିରେ
ତୁମକୁ ଛାଡ଼ି ଚାଲି ଯାଉଛନ୍ତି,
ତୁମ ପରି ଆଙ୍ଗୁଳିରେ କଣ ସେଇ ରୋଗୋଦିନ
ବଗିଚା କାମରେ ଲାଗୁଥିବା ଛୁରୀଟିଏ
ଜାବୁଡ଼ି ଧରିଥିଲା ?
ଆଉ ତୁମର ଆଖି ଯୋଡ଼ିକ
ସେମାନେ ତୁମକୁ ହିଁ ଚାହିଁଛନ୍ତି
ସେଥିରେ ଅଙ୍ଗାର ପରି କଳା
ବହୁଦିନର ପୁରୁଣା ଦୁଇଟି ଗୋଲାକାର ବୃତ୍ତ !
ତୁମେ ଯୁବକ ଥିବାବେଳେ ନିଶ୍ଚୟ ତୁମ ପ୍ରେମିକା
ତୁମକୁ ଲୋଭ ଦେଖାଇ ଏକ ନିରାନନ୍ଦମୟ
ଘର ଭିତରକୁ ଟାଣି ନେଇଥିଲା।
ଏଇ ରାତିରେ , ଅନେକ ଦୂରରେ , ହାତ ବାଡିଟିଏ
ପିଚୁ ରାସ୍ତା ଉପରେ
ଦ୍ୱାର ଖୋଲିଦେଲେ ରାତିର ଅନ୍ଧାର ପବନର ସାଇଁ ସାଇଁ ଶବ୍ଦ
ଭିତରକୁ ଆସ ! ଦେଖା ଦିଅ ! ହେ ଅବାଂଛିତ ଅତିଥି !
ମୋ କୋଠରୀ ଭିତରକୁ ଆସ, ତାହା ଖୁବ୍ ଆଲୋକିତ ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.