Latest Odisha News

BREAKING NEWS

Browsing Tag

Translated poem

ଅନୁବାଦ କବିତା : ସମ୍ପର୍କ

ମୂଳ ବଙ୍ଗଳା : ଶ୍ୟାମଳୀ ସେନଗୁପ୍ତ ନଦୀ ସହିତ ନିଆଁର ଏକ ଅଲୌକିକ ସମ୍ପର୍କ ଯେମିତି ଚିତାର ପୋଡାକାଠ ଛୁଇଁ ରହିଥାଏ ତକିଆ। ମୃତ୍ୟୁ ପରେ ପୋଡୁନଥୁବା ନାଭିକୁଣ୍ଡଳୀର ବିଶ୍ରାମ ଘର ଜଳ ଓ ପଙ୍କ । ତା'ପରେ ଦିନେ ନାଭିରୁ ଥପୁଥାଏ ତେଲ ସେହି ତେଲରେ ଶରୀର ଭିଜାଇ ନିଏ ଝିଅ। ତେଲରୁ…

ଅନୁବାଦ କବିତା : ଯିବା ମୁହୂର୍ତ୍ତରେ

ମୂଳ ବଙ୍ଗଳା : ଶ୍ୟାମସୁର ରାହମାନ ମଣିଷଟେ ଯେତେ ବି ଖିଆଲି ନିର୍ବିକାର ବା ଉଦାସୀ ହୋଇଥାଉ ଯେତେବେଳେ ସେ ନିଜ ନିବାସ ଛାଡ଼ି ଦୁରକୁ ବହୁ ଦୁରକୁ ଚାଲିଯାଏ ଅବା ତାକୁ ଅନ୍ୟ କେଉଁ ଦେଶକୁ ଯିବାକୁ ପଡ଼େ, ତେବେ ସେ ମ୍ଳାନହସ ସହ କ'ଣ ଚିନ୍ତା କରେ କହିବା ମୁସ୍କିଲ୍ ସତରେ। ସେ କଣ…

ଅନୁବାଦ କବିତା : ତୁମେ, ମୁଁ ଆଉ ଏ ଶୀତ

ମୂଳ ବଙ୍ଗଳା : ମହାଦେବ ସାହା ଶୀତ ଋତୁ ତୁମର ପସନ୍ଦ ଭାରି ଜୋର ଶୀତ ପଡ଼ିଲେ, ତୁମକୁ ଭଲଲାଗେ ମୁଁ କିନ୍ତୁ ଶୀତ, ଗ୍ରୀଷ୍ମ, ବସନ୍ତକୁ ଛାଡ଼ି ତୁମକୁ ସବୁଠାରୁ ବେଶୀ ଭଲପାଏ ଏବଂ ସଦାବେଳେ ତୁମ କଥା ଭାବେ। ଯେ କୌଣସି ଋତୁ, ମାସ, ବରଷା ବା ବରଫଠୁ ବଳି ମନୋରମ ସାନିଧ୍ୟ ତୁମରି…

ଅନୁବାଦ କବିତା : ହେ ସୂର୍ଯ୍ୟ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ହେ ସୂର୍ଯ୍ୟ, ଶୀତ ସକାଳର ଦୀର୍ଘ ଏଇ ଥଣ୍ଡା କାକରର ରାତି ପରେ କରୁ ଆମେ ତୁମରି ପ୍ରତୀକ୍ଷା । ଚାଷୀର ଚଞ୍ଚଳ ଆଖି ଧାନ କଟାର ରୋମାଞ୍ଚ ଭରା ଦିନଗୁଡ଼ିକ ପାଇଁ ଅପେକ୍ଷା କଲା ପରି। ହେ ସୂର୍ଯ୍ୟ, ତୁମେ ତ ଜାଣିଛ କେତେ ଅଭାବ ଆମର ଗରମ…

ଅନୁବାଦ କବିତା : ବିରହ

ମୂଳ ରଚନା: ବୁଦ୍ଧଦେବ ବସୁ  ଭ୍ରମର, ଏ ଭ୍ରମର ଏତେ ଗୁଣୁ ଗୁଣୁ କାହିଁକି କରୁଛ ! ଘର ଭିତରେ ସଙ୍ଗୀତର ନିଆଁ ଲଗେଇ ଦେଉଛ ଭଗବାନ କରନ୍ତୁ ତୋ ଅଳି ନହେଉ ବ୍ୟର୍ଥ । ଭ୍ରମର, ଏ ଭ୍ରମର ତୁ ଟିକେ ତୋ ରାଗିଣୀ ବନ୍ଦ କର ମୋ ଛାତି ଭିତରେ ବାଜି ଉଠୁଛି ଆଉ ଜଣଙ୍କର ସ୍ଵର, ତୋ ପରି ସେ ବି…

ଅନୁବାଦ କବିତା : ଆସାଦର ସାର୍ଟ

ମୂଳ ରଚନା : ଶାମସୁର ରାହମାନ ପେନ୍ଥା ପେନ୍ଥା ରକ୍ତ କରବୀ ପରି ଅବା ସୂର୍ଯ୍ୟାସ୍ତର ଜ୍ୱଳନ୍ତ ମେଘ ଭଳି ପବନର ନିଳିମାରେ ଆସାଦର ସାର୍ଟ ଉଡ଼େ ଫର ଫର। ଭଉଣୀ ତାର କେବେ ସେଇ ସଫା ସାର୍ଟରେ ତାରା ପରି କିଛି ବୋତାମ ହୃଦୟର ସୁନେଲି ସୁତାରେ ସିଲେଇ କରି ଲଗାଇ ଦେଇଥିଲା ତା'ର…

ଅନୁବାଦ କବିତା : ଏକା ହୋଇଯାଅ

ମୂଳ ରଚନା : ମହାଦେବ ସାହା ସଙ୍ଗହୀନ ଗଛ ପରି ଏକା ହୋଇଯାଅ ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ ନିର୍ଜନ ନଦୀ ସମ ହୋଇଯାଅ ତୁମେ ଆହୁରି ପୃଥକ, ବିଚ୍ଛିନ୍ନ ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ ୟୁରୋପର ମାନଚିତ୍ର ପରି; ଅଲଗା ହୋଇଯାଅ ସବୁ ସଙ୍ଘଠାରୁ…

ଅନୁବାଦ କବିତା : ବିବାହିତାଙ୍କୁ

ମୂଳ ରଚନା : ଜୟ ଗୋସ୍ବାମୀ କିନ୍ତୁ କଥାଟା କଣ ଜାଣ ତୁମେ ମୋ ସାମନାରେ ଛିଡ଼ା ହେଲେ ହିଁ ତୁମ ଭିତରେ ମୁଁ ଏକ ବନ୍ୟ, ଘଞ୍ଚ ବୁଦା ଦେଖିବାକୁ ପାଏ ଆଉ ସେ ବୁଦା ଆଢୁଆଳରେ ଏକ ମୃତ ଦେହ ଘୋଡ଼ା ହୋଇ ପଡ଼ିଛି ଏବଂ ଅନେକ ଦିନ ଧରି ଅଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏଇ ମୃତଦେହ ପାଣି ,…

ଅନୁବାଦ କବିତା : ପ୍ରେମ

ମୂଳ ରଚନା : ଖାଲିଲ ଜିବ୍ରାନ୍ ପ୍ରେମ ତୁମକୁ ଡାକିଲେ ତୁମେ ଅନୁସରଣ କର ଏହା ଜାଣିବି ପ୍ରେମର ପଥ ଖୁବ କଠିନ ଓ ବନ୍ଧୁର ତା'ର ଡେଣା ତୁମକୁ ଆଚ୍ଛାଦିତ କଲେ ନିଜକୁ ସମର୍ପଣ କରିଦିଅ। ଯଦିଓ ତା' ପକ୍ଷ ଭିତରେ ଲୁକ୍କାୟିତ ଖଣ୍ଡା ଦ୍ୱାରା କ୍ଷତାକ୍ତ ହେବାର ଭୟ। ସେ ତୁମକୁ କିଛି…

ଅନୁବାଦ କବିତା : ନଗ୍ନ ନିର୍ଜନ ହାତ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ଆକାଶରେ ପୁଣିଥରେ ଅନ୍ଧକାର ଘନ ହୋଇ ଉଠିଛି। ଆଲୁଅର ରହସ୍ୟମୟୀ ଯମଜ ଭଳି ଏଇ ଅନ୍ଧକାର ଯେ ମତେ ଚିରଦିନ ଭଲ ପାଇଛି ଅଥଚ ଯା'ର ମୁହଁ ମୁଁ କେବେବି ଦେଖି ନାହିଁ ସେଇ ନାରୀ ପରି ଫାଲଗୁନ ଆକାଶରେ ଅନ୍ଧକାର ନିବିଡ଼ ହୋଇ ଉଠିଛି। ମନେ ପଡ଼ୁଛି କେଉଁ…