Latest Odisha News

ଅନୁବାଦ କବିତା : ଆଶା

ମୂଳ ରଚନା : ଚେଜଲୋ ମିଲସ 

ତୁମ ମନେ ଅଛି ଆଶା
ଯଦି ତୁମେ କରୁଛ ବିଶ୍ୱାସ
ପୃଥିବୀଟା ସ୍ୱପ୍ନ ନୁହେଁ
ଏହା ଏକ ଜୀବନ୍ତ ଅସ୍ତିତ୍ୱ ।ଦେଖିବା , ଛୁଇଁବା
ଅବା ଶୁଣିବାଟା
ନୁହେଁ କେବେ ମିଛ
ଏତେ ଦିନ ଧରି ଯାହା ଯେତେବି ଦେଖିଛ
ସବୁ ଯେମିତି ଫାଟକରୁ ଦିଶୁଥିବା ବଗିଚାର ଦୃଶ୍ୟ।

ତୁମ ଲାଗି ବାଟନାହିଁ ପଶିବାକୁ।ମାତ୍ର ଅଛି ତ ସେଇଟା , ଏକଥା ନିଶ୍ଚିତ
ଆମେ ଯଦି ପାରୁଥାନ୍ତେ ଦେଖି ତାକୁ
ଆଉ ଟିକେ ପରିଷ୍କାର ଭାବେ
ଜ୍ଞାନ ଚକ୍ଷୁ ଦେଇ
ହୁଏତ କରନ୍ତେ ଆମେ ଆବିଷ୍କାର
ବଗିଚାର କେଉଁ ଏକ ପ୍ରାନ୍ତେ
ଅନାମିକା ତାରା ଏକ
ଫୁଲ ଏକ, ନୂତନ ବିଚିତ୍ର।
କିଛି ଲୋକ କହିଥାନ୍ତି
କରନାହିଁ ଆଖିକୁ ଭରସା
ପ୍ରକୃତରେ କିଛି ନାହିଁ ଏଠି
ଖାଲି ଏକ ମିଛ ବୋଧ ଦେବା,
ଏଇମାନେ ସେହି ଲୋକ
ପୁରା ଆଶାହୀନ
ତାଙ୍କ ଧାରଣାରେ
ଆମେ ଯେବେ ବୁଲି ପଡ଼ୁ
ଆମ ପଛପଟେ
ଏ ପୃଥିବୀ ହୁଏ ସତ୍ତାହୀନ
ଯେପରିକି କେଉଁ ଏକ ତସ୍କରଙ୍କ ଦଳ
କଲା ତାକୁ ଚୋରି
ଆଉ ହେଲା ଅନ୍ତର୍ଦ୍ଧାନ।

ଅନୁବାଦ : ମନୋରଞ୍ଜନ ହୋତା 

Comments are closed.