ମନୋଜ ରଥ
ନିଜ ଉପରେ ଗଦେଇ ହେଇଯିବା ଯାଏଁ
ନିଜ ଦେହର ଖଣ୍ତ୍ ହର୍
ସମୟ ଚଳୁ କରି ଦେଇଥିବା ବୟସର
ନଗ୍ନ ତାଳୁରୁ ଝୁଲୁଥାଏ
ରାତି ହେଲେ ରଂଗ ବଦଳେଇ
ଜଳୁ ଥାଏ ଗୋଟେ ଗୁମରର ଝୁମର୍ !
ତମେ ଯେତେବେଳେ ବଂଦ୍ କରିନିଅ ପଲକ
ଆଉ ମୁଁ ଆଲୋକ
ତମାମ୍ ଦିନର କୁହୁଡି ପୋଛି ମୁହଁରୁ
ଅନ୍ଧାର ରେ ତମେ କେମିତି ଲହଡି ଭାଂଗ
ସତେ ଯେମିତି ମୁଁ ହଜାରେ ପୂର୍ଣ୍ଣମୀର ଚନ୍ଦ୍ର
ଆଉ ତମେ ଲକ୍ଷେ ଜୁଆର ସମୁଦ୍ର ।
ଫିଟି ଯାଇ ପୁଣି ମେଘ ମାନେ
ତମ କବରୀକୁ ଫେରିଗଲା ପରେ
ସେ ସହସ୍ର ଫଣାର ସମୁଦ୍ର
ସଦ୍ୟସ୍ନାତ ସେଇ ବେଳାଭୂମୀକୁ ପଚାରେ :
ସେଇ ଦ୍ୱୀପରୁ ମୁଁ କେତେ ଦୂର ?
ଆର୍ଦ୍ର ନିରବତା କହୁଥାଏ ସାରାରାତି
ଯେତେଦୂର ଏ ଚର୍ମରୁ ମର୍ମ ଗଭୀର
ଯେତେଦୂରେ ସ୍ୱପ୍ନରୁ ମାଧୁର୍ଯ୍ୟ ସ୍ପର୍ଶର ।
ମତେ ଲାଗେ :
ମୁଁ ନିର୍ଜନ ଟାପୁ ର ବ୍ରୁକ୍ଷ ଏକ
ତମେ ନୀଳମଗ୍ନ ଚତୁର୍ଦିଗ ।
ପୁଣି ଲାଗେ :
ମୁଁ ଜହ୍ନ ଆତୁର ଯକ୍ଷ ଏକ
ତମେ ଶୀତଳ ଆଶ୍ୱିନ ଦେବୀ ପକ୍ଷ ।
ଅଧ୍ୟାପକ ଇଂରାଜୀ ବିଭାଗ , ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଇନ୍ଦ୍ରାବତୀ, ନବରଂଗପୁର-୭୬୪୦୮୫ (ମୋ)-୯୦୭୮୦୬୧୬୧୬
Comments are closed.