ରାଜଲଷ୍ମୀ ତ୍ରିପାଠୀ
ଫଳକ ଟି ଝୁଲୁଛି
ଝଲସୁଛନ୍ତି ଦିବ୍ୟଚିତ୍ରମାନ
କାଠ ଉପରେ କଟା ସରୁ ଲମ୍ବା ରାସ୍ତା
କିଏ ଜାଣେ ମିଶିଛି ସେ କେଉଁଠି
ଏକ ବୃତ୍ତାକାର ମଣ୍ଡଳ ରେ।
ବାସନାରେ ରୁନ୍ଧିହୋଇ
ଅନାଇଁ ରହିଛି ସେ
ମୁକ ଏକ କକ୍ଷପଥକୁ
ବଂଚି ରହିଛି ଝୁମ୍ପୁଡି ର ଭାଗ୍ୟ ପରି
ଏକ ଦୁଃଖାନ୍ତ ନାଟକର ସୁଦୀର୍ଘ
ସୁଖର ଆଶାରେ।
ଦେଖେ ସିଏ ପ୍ରେମ ର କ୍ରନ୍ଦନ
ଇଶ୍ବରମାନଙ୍କର ଦ୍ବନ୍ଦ
ସତ୍ୟାଶ୍ରୟ ର ଅବରୁଦ୍ଧ,
ଏମିତି ଖୋଜିବାର କ୍ଲେଶରେ
ଅସହାୟ ମଣିଷ ଟି
ବିରତି ଲୋଡେ ତା କର୍ମର ଚାପରୁ
ଅବସର ନିଏ ଶ୍ରମର ଧାରାରୁ
ଗଢିବସେ ମହତୀବାଣୀ
ତା ଖଣ୍ଡିତ ଦୃଷ୍ଟି ରେ ।
ଫଳକଟି ଝୁଲୁଛି ତ
ସେମିତି ଝୁଲୁଥାଉ ସେ
ଆଗ୍ରହ ନାହିଁ ପଢିବାକୁ,
ଗଛଡାଳଧରି ଦୋହଲୁଥିବା ମଣିଷ ଟି
କିଛି ସମୟ ପରେ
ଓହ୍ଲାଇ ଆସିବ ତଳକୁ,
ଅକ୍ଷମ ସେ ବୁଝିବାକୁ
ଫଳକରେ ଲେଖାଥିବା ତା
କର କର୍ମର ଭାଗଫଳ ଆଉ ଭାଗଶେଷ ।
ପୁରୀ
Comments are closed.