Latest Odisha News

BREAKING NEWS

କବିତା : ସବୁକିଛି ଅପେକ୍ଷାରେ

ଡମ୍ବରୁଧର ବେହେରା

 

ଅପେକ୍ଷା କି ଯନ୍ତ୍ରଣାଦାୟକ
କଟା ଘା ‘ ପରେ
ଚୂନ ଆଉ ବ୍ଲିଚିଂର
ସଫେଦ ମଲମ
ନା ସୁଖିବାର ନାଆ ନେଉଛି
ନା ଜଳନର ନିଆଁ ଦିଶୁଛି
ଖାଲି ଅନୁଭବ ହେଉଛି
ରସଗୋଲା ଗୋଟିଏ ପରେ ଗୋଟିଏ
ଗିଳୁଛି…..
ହେଲେ ପାଟିକୁ ତ ମିଠା ଲାଗୁଛି
ରସଗୋଲା ଦେହରେ ଲାଗିଥିବା
ଚିନିର ମିଠାକୁ ଦେଖିପାରୁଛି
କି ଦେଖାଇପାରୁଛି

ମୋ ତୁଣ୍ଡ କହୁଛି
ମୁଁ କାଳେ ମିଠାଖାଉଛି
ଯେପରି
ତୁମ ଆଗରେ ସିଢ଼ି
ମୋ ଛାତ ତଳେ ସିଢ଼ି
ତୁମ ହାତରେ ଗୋଲାପର କଢି
ମୋ ହାତରେ ହାତକଡି
ତୁମ ଆଖିରେ ପ୍ରେମ
ମୋ ଘର ବାଲକୋନୀ ଚାରିପଟେ ଫ୍ରେମ୍
ଲାଗୁଚି ତୁମ ଆଗମନ
ମୋର ଗମନ
ଏହା ପରସ୍ୱରର ଅପେକ୍ଷା
କି ତିତିକ୍ଷାଭରା
ପ୍ରେମର ଭିକ୍ଷା
ଆଉ ସୁରକ୍ଷା…!!

Comments are closed.