Latest Odisha News

କବିତା : ପଳାଶ ଫୁଲର ହସ

ଦୀପକ କୁମାର ନାୟକ

କୋଳାହଳ ଶୂନ୍ୟ ଧରଣୀ ବୁକୁରେ
ପଳାଶର ଖିଆଲି ହସ
ନିର୍ମଳ ଧବଳ ଆକାଶ ତଳେ
ପଳାଶ ଲାଗେ ତୋରଣ ।

ଦାରୁଣ ଗ୍ରୀଷ୍ମ ପ୍ରବାହ
ଧାରେ ଲାଗେ ଶୂନ୍ ଶାନ୍ ମୟl
ଆଦର ନଥାଇ ଜୀବନେ ସେ
ସଦା ଆକୃଷ୍ଟ କରେ ।

ରୂପ ଲାବଣ୍ୟ ପ୍ରୀତି ଭରା
ପଳାଶ ଫୁଲର ହସ ।
ଫାଲଗୁନ ଆସେ ଦୋଳଯାତ ଆଣି
ବିଭାନ ରେ ମଣ୍ଡିତ ନନ୍ଦ ନନ୍ଦନ ।
ହାତେ ଧରି ପଳାଶ ଫୁଲ
କୁନି କୁନି ଶିଶୁ ଙ୍କ ନାନା ଖେଳ ।

ଆଖିରେ ଦେଖିଲେ ଆଜି ବି
ମନେ ଆସେ ବାଳୁତ ଖେଳ
ଆଜି ବି ମନ ହଜି ଯାଏ।

ମୁହୂର୍ତ୍ତେ ଅଟକି ଯାଏ ମନ
ଉପନୀତ ହୁଏ ପିଲାଦିନ
ସମାଜ କହେ ବାସ ହୀନ ତାକୁ
ତଥାପି ଆଦର ପାଏ ରୂପ ରଙ୍ଗେ
ଅନାବିଳ ବନ୍ଦନ ବାଳୁତ ବେଳୁ
ଦେଖି ତାକୁ ମୁଁ ଯାଏ ହଜି ସଦା ।

ଧର୍ମଶାଳା, ଯାଜପୁର

Leave A Reply

Your email address will not be published.