ମୈତ୍ରୀମୟୀ ନାୟକ
ତୁମେ ଭିନ୍ନ
ବହୁତ ଭିନ୍ନ
ମୋ ଭାବନା ପୁରୁଷଠାରୁ,
ସମସ୍ତଙ୍କଠାରୁ ତ କହିପାରିବିନି
କିନ୍ତୁ ମୋ ନଜରରେ ଆସିଥିବା ପୁରୁଷଙ୍କଠାରୁ ।
ତୁମ ଚିନ୍ତାଧାରା
ଖୋଜୁଥିବା ସମସ୍ୟାର ସମାଧାନ,
ସମାଜକୁ ଦେଖିବାର ଦୃଷ୍ଟିଭଙ୍ଗୀ
ସବୁଠାରୁ ଅଲଗା ।
ପ୍ରେମର ପରିଭାଷା ଆଉ ତା ଗଭୀରତା
ଭଲ ପାଇବାର ଶୈଳୀ,
ଆଉ ଆପଣେଇବାର କୌଶଳ
ତମଠାରେ ଅଲଗା ।
ସେଇ ଅଲଗା ପଣ ଭିତରେ
ତୁମର କିଛି କଥା,
କିଛି ଭାବନା
ମୋ ପାଇଁ ତ ସମ୍ପୂର୍ଣ୍ଣ ନୂଆ ।
କିଛି ପରିସ୍ଥିତିରେ
ବ୍ୟକ୍ତି, ପରିଜନ ପାଇଁ
ତୁମ ଭଲପାଇବା ଅଲଗା ।
ଆମ ଭିତରେ ଥିବା ସମ୍ପର୍କ
ମୋ ମନରେ ଥିବା ଭାବନା,
ଆଉ ପ୍ରେମ
ତୁମ ପାଇଁ ଅଲଗା ।
ଜାଣିନି ତମକୁ କଣ ଲାଗୁଛି
କିନ୍ତୁ ତଥାପି ବି ମୁଁ କହିବି
ତମେ ଏଇ ଦୁନିଆ ଭିତରେ
ମୋ ପାଇଁ ଅଲଗା ।
ଆଉ ମୋ ଭଲ ପାଇବା
କାହାପାଇଁ କଣ ମୁଁ ଜାଣିନି
କିନ୍ତୁ ତମ ପାଇଁ
ସମସ୍ତଙ୍କଠାରୁ ତ ଅଲଗା ।
Comments are closed.