ମୂଳ ରଚନା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ
ଶିମୁଳି ଗଛର ଶାଖା ପ୍ରଶାଖା। ଆଜି ବି ଦିଶୁଛି ଏତେ ଲାଲ ଟକ ଟକ
ଅନେକ ରକ୍ତାକ୍ତ ହୃଦୟ ପରି
ଆଜିବି ଶୁଖିଲା ପବନରେ
ଲୋହିତ ବାସ୍ନାର ମହକ ।
ପିଲାଦିନେ ସେଇ ଉଡ଼ନ୍ତ ତୁଳାର ମେଘ
ପଛରେ ଧାଇଁ ଧାଇଁ
ଦିନେ ଆସି ନଦୀ ତଟରେ
ମନ୍ତ୍ରମୁଗ୍ଧ ହୋଇ
ନିର୍ବାକ ନୟନରେ, ନଦୀ ଜଳରେ
ପ୍ରଥମ କରି ଦେଖିଥିଲା
ନିଜର ଚେହେରା ।
ଜୀବନରେ ନିଜକୁ ସେଇ ପ୍ରଥମ ଦେଖା
ନିଜ ଶରୀର ପ୍ରତି ପ୍ରଥମ ନଜର
ସେତେବେଳେ ଜନନୀମାନେ ।ଅଭିମାନରେ ଭିଜା ଆଖି
ଲୁଗା କାନିରେ ମୁହଁ ଲୁଚାଇ
ସ୍ନେହ ଭିଜା ହାତର ପରଶ। ସେତେବେଳେ ଜନନୀମାନେ
କେବଳ ମା।
ନଦୀ ଜଳର ଦର୍ପଣରେ ଦୃଶ୍ୟମାନ
ସେଇ ବିଭୋର, ବିସ୍ମିତ କିଶୋରର ଛାଇ
ଆଜି ବି ସେ ସେମିତି
ଥମକି ଯାଇ
ଛିଡ଼ା ହୁଏ ନଦୀ କୂଳେ, ସ୍ଥିର ହୋଇ। ଋତୁ ଆସିଲେ ସମଗ୍ର ଶିମୁଳି ଗଛ
ହୋଇ ଉଠେ ଗାଢ଼ ଲାଲ
ଆଜି ବି ପବନରେ ଫୁଟି ଉଡ଼ି ବୁଲେ।
ଶିମୁଳିର ତୁଳା,
ଦୂରନ୍ତ କିଶୋର
ଆଜିବି ସେମିତି
ଧାଇଁ ଚାଲେ
ତୁଳାର ମେଘ ପଛରେ ।
ମୁଁ କେବଳ ରକ୍ତାକ୍ତ ହୃଦୟଟିକୁ
ବୁକୁ ଭିତରେ ଲୁଚାଇ ରଖି
ତନ୍ମୟ ହୋଇ, ଗୋପନରେ ନିଜକୁ କୁହେ,
ବାବୁ ତୁମେ ଏବେ ବଡ଼ ହୋଇ ଯାଇଛ
ତୁମେ ଖୁବ୍ ବଡ଼ ହୋଇ……।
ଅନୁବାଦ : ମନୋରଞ୍ଜନ ହୋତା