ମୂଳ ବଙ୍ଗଳା : ଶ୍ୟାମଳୀ ସେନଗୁପ୍ତ
ନଦୀ ସହିତ ନିଆଁର ଏକ ଅଲୌକିକ ସମ୍ପର୍କ
ଯେମିତି ଚିତାର ପୋଡାକାଠ
ଛୁଇଁ ରହିଥାଏ ତକିଆ।
ମୃତ୍ୟୁ ପରେ ପୋଡୁନଥୁବା ନାଭିକୁଣ୍ଡଳୀର ବିଶ୍ରାମ ଘର
ଜଳ ଓ ପଙ୍କ ।
ତା’ପରେ ଦିନେ ନାଭିରୁ ଥପୁଥାଏ ତେଲ
ସେହି ତେଲରେ ଶରୀର ଭିଜାଇ ନିଏ ଝିଅ।
ତେଲରୁ ଓଶ୍ବରଞ୍ଜନୀ
ଓଠର ଲାଳ ବୋହି ଛୁଇଁଯାଏ
ପୁରୁଷ ନାଭି, ନାଭିରୁ ନିଆଁ ଆଡ଼କୁ
ଜଳି ଉଠେ ଚିତା
ଷୋହଳ କଳା ପୂର୍ଣ ହେଲେ
ଯଜ୍ଞାଧାରେ ଶାନ୍ତିଜଳ,
ପୋଡ଼ା କଦଳୀ।
ନିଆଁ ଭାସି ଚାଲେ
ପୂଣ୍ୟତୋୟା ନଦୀର ଛାତିରେ।
ଅନୁସୃଜନ : ପ୍ରଦୀପ କୁମାର ରାୟ
Comments are closed.