ମାନସ ରଞ୍ଜନ ମହାପାତ୍ର
ସେଦିନ ସେ ମେଞ୍ଚଡ ଟୋକାଟା
ଭାସିଗଲା ନାଳରେ
ଖବର ଦାତାମାନେ ତା’ ମାଆର
ଫଟୋ ଉଠେଇଲେ
କାନ୍ଦି କାନ୍ଦି ଶେତା ପଡ଼ିଯାଇଥିଲା ଯିଏ
ତା ଶୋଇବା ଘରେ
ସରକାର ବ୍ୟସ୍ତ ଥିଲା
ଗରିବ ଲୋକଙ୍କ ଲାଗି ଘୋଷଣା କରିବାକୁ
ନୂଆ ସ୍ୱାସ୍ଥ୍ୟ ବୀମା
ବଲାଙ୍ଗୀରରେ
ମୁଖ୍ୟମନ୍ତ୍ରୀ ବାହାରୁଥିଲେ ଦିଲ୍ଲୀ ଗସ୍ତରେ
ସରକାର ଚାଲୁଥିଲା ମନକୁ ମନ
ସଚ୍ଚିବାଳୟରେ, ଲୋକମାନେ ବ୍ୟସ୍ତ ଥିଲେ ଚା’ ଦୋକାନରେ ପୁରୁଣା ବସଷ୍ଟାଣ୍ଡ ଖଟିରେ
ସରକାର ଥିଲେ ଏମିତି ହୁଏ
କେବେ ହଜିଯାଏ ଖବରଦାତା ପାଣି ସୁଅରେ
ତ କେବେ ମନ୍ଦିର ଭଙ୍ଗା ମାଟିରେ
ମେଞ୍ଚଡ ଟୋକାଟା ଆକ୍ତାମାକ୍ତା ହେଉଥାଏ ନାଳରେ
ବୁଝି ପାରୁନଥାଏ କ’ଣ ଅସୁବିଧା ହେବ ଯେ
ସରକାର ଟେ ନଥିଲେ !!
ଶୀଳାଚିନ୍ମୟ
ମଧୁବନ ଷଷ୍ଠ ଗଳି
ଟିକରପଡା ରୋଡ଼, ପୁରୀ
୯୮୯୧୯୪୬୧୭୮
Comments are closed.