Latest Odisha News

BREAKING NEWS

କବିତା : ଏଇ ଫଗୁଣରେ

ଶୁଭ୍ରାଂଶୁ ଶେଖର ମାହୁନ୍ତ

ଏଇ ଫଗୁଣରେ ….
ଆଖିଯୋଡିକ ମୋର ଖୋଜୁଛି
ତୁମକୁ ଅତି ନିକଟରେ,
ତୁମ ଉପେକ୍ଷlରେ….
ସ୍ୱପ୍ନ ମୋର ସବୁ ମଉଳିଯାଇଛି
ଅବଶିଷ୍ଟ ଅବସୋସରେ ….!

ଭାଙ୍ଗିଯାଉ ତୁମ
ପାହାଡ଼ର ନୀରବତା
ମୋ ଗୋଟିଏ ଶବ୍ଦରେ ,
ହସର ଫୁଆରା
ଖେଳିଯାଉ ମୋ ଓଠରେ
ତୁମ ଅଦୃଶ୍ୟ ଆବେଗରେ ।

Leave A Reply

Your email address will not be published.