Latest Odisha News

BREAKING NEWS

ବେଙ୍ଗାଲୁରୁ ପରେ ମୁମ୍ୱାଇରେ ବି ଘନେଇଲାଣି ଜଳ ସଙ୍କଟ

ନୂଆଦିଲ୍ଲୀ: ମୁମ୍ୱାଇ ସହରରେ ଘନେଇଲାଣି ଜଳ ସଙ୍କଟ । ଗତକାଲିଠାରୁ ସହରରେ ୫ ପ୍ରତିଶତ କମ୍  ପାଣି ଯୋଗାଇ ଦିଆଯାଇଥିଲା। ଏମିତିକି ଆଜି ବି ମୁମ୍ୱାଇରେ  ୧୫ ପ୍ରତିଶତ କମ୍ ପାଣି ଯୋଗାଣ ପାଇଁ ବୃହଦ ମୁମ୍ୱାଇ ମହାନଗର ନିଗମ (ବିଏମସି) ଘୋଷଣା କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଛି । ବେଙ୍ଗାଲୁରୁ ପରି ମୁମ୍ୱାଇ ସହରରେ ବି ଜଳ ସଙ୍କଟ ଦେଖା ଯିବାକୁ ନେଇ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି ।

ମୁମ୍ୱାଇ ମହାନଗର ନିଗମରେ  ପ୍ରାକ୍ ମୌସୁମୀ ରକ୍ଷଣାବେକ୍ଷଣ ପାଇଁ କମ୍ ମାତ୍ରାରେ ପାଣି ଯୋଗାଣ ଦିଆଯାଉଛି ବୋଲି ସୂଚନା ଦିଆଯାଇଛି। ମହାନଗର ନିଗମ କହିବା ଅନୁସାରେ, ଥାନେ ଜିଲ୍ଲାର ପାଇସ୍ ଡ୍ୟାମରେ  ଜଳ ଅଭାବ ହେତୁ  ସହରରେ  କମ୍ ମାତ୍ରାରେ ପାଣି ଯୋଗାଇ ଦିଆଯାଉଛି । ମହାନଗର ଠାରୁ ୬୦ କିଲୋମିଟର ଦୂରରେ ଅବସ୍ଥିତ ଭାତସା ଜଳ ଭଣ୍ଡାରରୁ ପାଣି ପାଇବା ପରେ ଜଳ ଯୋଗାଣ ସ୍ୱାଭାବିକ ହେବ ।

ମହାନଗର ନିଗମ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ  ପାଇସ ଡ୍ୟାମରେ ୩୨ଟି ଫାଟକ ମଧ୍ୟରୁ ଗୋଟିଏ  ରବର ବ୍ଲେଡର କ୍ଷତିଗ୍ରସ୍ତ ହୋଇଛି ।  ଯେଉଁଥିପାଇଁ ଡିସେମ୍ୱର ୧୬ରୁ ଏଥିରୁ ପାଣି ବାହାରିବା ଆରମ୍ଭ ହୋଇଥିଲା । ବ୍ଲାଡରର ମରାମତି ପାଇଁ  ଡ୍ୟାମର ଜଳସ୍ତର ୩୧ ମିଟର ହ୍ରାସ କରିବାକୁ ପଡ଼ିଲା। ଏହି କାରଣରୁ ଭାତସାରୁ ଜଳ ଯୋଗାଣ ହ୍ରାସ ପାଇଛି । ରବର ବ୍ଲାଡର ମରାମତି କରାଯାଇଛି । ହେଲେ ପଞ୍ଜାରପୋଲରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ମୁମ୍ୱାଇକୁ ପାଣି ପମ୍ପ କରିବା ପାଇଁ ଡ୍ୟାମ ସ୍ତର ପର୍ଯ୍ୟାପ୍ତ ନୁହେଁ । ଭାତସା ଭଳଭଣ୍ଡାରରୁ ଜଳ ନିର୍ଗତ ହୋଇଛି, କିନ୍ତୁ ଏହା ପାଇସ ଡ୍ୟାମଠାରୁ ୪୮ କିଲୋମିଟର ଦୂରରେ ଥିବାରୁ ଜଳ ପହଞ୍ଚିବା ଏବଂ ଏହାକୁ  ପର୍ଯ୍ୟାପ୍ତ ସ୍ତରକୁ ଆଣିବା ପାଇଁ ସମୟ ଲାଗିବ ।

ସୂଚନାଯୋଗ୍ୟ, ବର୍ତ୍ତମାନ କର୍ଣ୍ଣାଟକର ରାଜଧାନୀ ବୋଙ୍ଗାଲୁରୁ ସହରରେ ଭୟଙ୍କର  ଜଳସଙ୍କଟ ଦେଖାଦେଇଛି ।  ଲୋକଙ୍କୁ  ପାଣି ପାଇଁ ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ପଡୁଛି । ଏମିତିକି  ଜଳ ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କାର ଧୋଇବା, ବଗିଚାରେ ପାଣି ଦେବା, ନିର୍ମାଣ କାମରେ ଜଳ ବ୍ୟବହାର, ୱାଟର ଫାଉଣ୍ଟେନ, ରାସ୍ତା ନିର୍ମାଣ କାମରେ ବି ପାଣି ବ୍ୟବହାର କରିବାକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.