Latest Odisha News

BREAKING NEWS

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ

ନେଇଯାଅ ସେ
ବାଡ଼ୁଅ ଖରା
ନେଇଯାଅ ମୋର ଅଳ୍ପ ବୟସୀ
ଆଶ୍ୱିନ ତାରା
ଘୋଡେଇ ଦିଅ
ମୋତେ
ଆୟୁଷର ଛାୟା ତଳରେ
ଲିପି ସାରିଥିବା
ଅନ୍ଧାର
ଆଗ ପିଢ଼ି କହିବେ
ଏସବୁ ବାହାନା।

କହିଲ
କାହା ପାଇଁ ଏ ଯାତ୍ରା
ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।

ପ୍ରୀତିର ସକାଳୁଆ ମୁଖାକୁ
ୟା ତ..
ଅପେକ୍ଷା କର
ଅନ୍ୟଥା
ଆଗ ଛୁଇଁଯାଉ।

ଦେବୀର
ଭାଙ୍ଗ
ମୁଁ ପଠେଇ ପାରି ନଥିବା
ମୋ ସଙ୍ଗୀର ଓଢଣା ତଳର ଦୃଶ୍ୟ
ଓ ସେ ତାଗିଦର ରଙ୍ଗ।

Leave A Reply

Your email address will not be published.