ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଇଶାରା କରି କ୍ୟାପ୍ଟେନ୍ କ୍ରିଷ୍ଣମୂର୍ତ୍ତିଙ୍କ ଅଫିସ୍ ଆଡ଼କୁ ଚାଲିଲେ ।
“ମୁଁ ଜମା ବିଶ୍ୱାସ କରିପାରୁନି… ରୋଡ଼୍ରିଗେଜ୍ଙ୍କୁ ଆଜି ଆତ୍ମହତ୍ୟା କରିବାର ଥିଲା!”
କ୍ରିଷ୍ଣମୂର୍ତ୍ତିଙ୍କ ଅଫିସ୍ରେ ଚାରିଜଣଯାକ ବସୁ ବାସୁ ନିଜ ହାତରେ ମୁହଁପୋତି ହତାଶ ସ୍ୱରରେ ମ୍ୟାଥ୍ୟୁ କହିଲେ ।
“ହଁ, ଗୋଟେ ସମସ୍ୟାବହୁଳ ଭବିଷ୍ୟତ ଯେତେବେଳେ ଆମ ଆଖି ସାମ୍ନାରେ ହିଁ ଅଛି, ଆମେ ଏଇ ଘଟଣାଠେଇଁ ଅଟକିଯାଇ ବା ୟା’ରି ଉପରେ ଦୁଃଖପ୍ରକାଶ କରି ସମୟ ନଷ୍ଟ କରିବା ଉଚିତ୍ ନୁହେଁ ।” କ୍ୟାପ୍ଟେନ୍ ଚିନ୍ତା ପ୍ରକଟ କରି କହିଲେ ।
“ବୁଝିପାରିଲିନି, ଆପଣ କ’ଣ କହିବାକୁ ଚାହୁଁଛନ୍ତି, ମିଃ. ପିଟରସନ୍?” ଆଶ୍ଚର୍ଯ୍ୟ ହୋଇ ଉଦାସ ମୁହଁରେ ଲୁକାସ୍ ପଚାରିଲେ ।
“ହଁ, ପ୍ରକୃତ କଥା ହେଉଛି, ରୋଡ଼୍ରିଗେଜ୍ ଆଉ ନାହାନ୍ତି ବୋଲି ଆମକୁ ସମସ୍ତଙ୍କଠୁଁ ଲୁଚେଇ ରଖିବାକୁ ପଡ଼ିବ । ନହେଲେ ଯାତ୍ରୀମାନଙ୍କ ମନରେ ଅଯଥା ସନ୍ଦେହ ଓ ଭୟ ସୃଷ୍ଟି ହବ । ବ୍ୟବସାୟିକ ବଜାରରେ ଉଚ୍ଚ ମୂଲ୍ୟ ଓ ଲାଭ ପାଇଁ ଏଇ କ୍ରୁଜ୍ ଉପରେ ଆମ କଂପାନୀ ବହୁତ ନିର୍ଭରଶୀଳ ।” କ୍ୟାପ୍ଟେନ୍ ଉତ୍ତର ଦେଲେ ।
“ହେଲେ, ରୋଡ଼୍ରିଗେଜ୍ ପ୍ରୋପେଲର୍ ନ ସଜାଡ଼ି ଆଉ ଜଣେ ମେକାନିକାଲ୍ ଇଂଜିନିୟର କାହିଁକି ସଜାଡ଼ିଲେ ବୋଲି ଯେତେବେଳେ ପ୍ରଶ୍ନ ଉଠିବ, ସେତେବେଳେ ବୋର୍ଡ଼ ମିଟିଂରେ ଆମେ କି ଉଚାର ଦେବା?” ମ୍ୟାଥ୍ୟୁ ପୁଣି ପ୍ରଶ୍ନ କଲେ ।
“ସେ କଥା ପରେ ଦେଖାଯିବ । କିନ୍ତୁ ଏଇ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ରୋଡ଼୍ରିଗେଜ୍ଙ୍କ ଲାସ୍ ଠିକଣା ଜାଗାରେ ଶୀଘ୍ର ଲୁଚେଇ ରଖିବା । ରୁମ୍ ସଫା କରିବାକୁ ଆସୁଥିବା ପିଲାଙ୍କ ଭିତରୁ ଯଦି କିଏ ଦେଖି ଦିଏ… ତାପରେ କ’ଣ ହେବ ସମସ୍ତେ ବୁଝିପାରୁଥିବେ ।” ଗମ୍ଭୀର ସ୍ୱରରେ କ୍ୟାପ୍ଟେନ୍ କହିଲେ ।
“ପ୍ରଥମ କଥା, ମୁଁ ବୁଝିପାରୁନି ଯେ ରୋଡ଼୍ରିଗେଜ୍ କାହିଁକି ଆତ୍ମହତ୍ୟା କଲେ । ତାଙ୍କୁ ମୁଁ ଯେତିକି ଜାଣେ, ସେ ଭାରି ଖୁସି ମିଜାଜ୍ର ମଣିଷ । ଆଉ, ମୁଁ ତାଙ୍କୁ ଗତ ସନ୍ଧ୍ୟାରେ ଶେଷଥର ଦେଖିଲାବେଳକୁ ଏକଦମ୍
ସ୍ୱାଭାବିକ ଲାଗୁଥିଲେ”, ଧୀରେ ଧୀରେ କ୍ରିଷ୍ଣମୂର୍ତ୍ତି କହିଲେ ।
କ୍ରମଶଃ
Comments are closed.