Latest Odisha News

BREAKING NEWS

‘ସାହିତ୍ୟ କଥା’ର ସାହିତ୍ୟ ଖଟି

“କବିତା କଥାସାହିତ୍ୟର ବିପରୀତ ନୁହେଁ”

ଭବାନୀପାଟଣା: କବିତା କଥାସାହିତ୍ୟର ବିପରୀତ ନୁହେଁ । କବିତା ଏକ ସୂକ୍ଷ୍ମ କଳା, ଯେଉଁଥିରେ ଭାବ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଥାଏ । ତାହା ପଢ଼ିଲେ ବା ଶୁଣିଲେ ଆମେ କବିର ଭାବକୁ ନିଜ ମଧ୍ୟରେ ଅନୁଭବ କରିଥାଉ । ତେବେ କବିତା ବ୍ୟକ୍ତିିଗତ ଅନୁଭବ ନହୋଇ ସମାଜର ସବୁ ସ୍ତରକୁ ପ୍ରଭାବିତ କରୁଥିବା ଆବଶ୍ୟକ ବୋଲି ଭବାନୀପାଟଣା ରେଳଷ୍ଟେସନ୍ ପରିସରରେ ଅନୁଷ୍ଠିତ ସାହିତ୍ୟ ଖଟିରେ ମତ ପ୍ରକାଶ ପାଇଛି ।

ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ ପକ୍ଷରୁ ଆୟୋଜିତ ଉକ୍ତ ସାହିତ୍ୟ ଖଟିରେ ‘କବିତା କାହାକୁ କହିବା’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରତି ସାହିତ୍ୟ ଆସରରେ କେବଳ କବିତା ପଢ଼ିବାର ଗତାନୁଗତିକାରୁ ବାହାରି ଚର୍ଚ୍ଚାକୁ ଗୁୁରୁତ୍ୱ ଦିଆଯାଇଥିଲା । ଏଥିରେ ବିଶିଷ୍ଟ କବି ଉମାକାନ୍ତ ରାଉତ, ଗାଳ୍ପିକ ସୁକାନ୍ତ ସାହୁ, କବି ଲଳିତ କାନୁନ୍ଗୋ, ଯୁବକବି ଜୟଦ୍ରଥ ସୁନା, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଡିଲେଶ୍ୱର ରଣା, ସଞ୍ଜୀବ କୁମାର ପଣ୍ଡା, ଯୁଧିଷ୍ଠିର ମୁଦୁଲି, କାଜଲ ମହାରଣା, ସାବିତ୍ରୀ ମହାରଣା, ଦକ୍ଷ ସାହୁ ପ୍ରମୁଖ କବିତା ସଂପର୍କରେ ନିଜସ୍ୱ ମତ ବ୍ୟକ୍ତ କରିଥିଲେ । ପରେପରେ କବିତା ପାଠ ସହ ସେଗୁଡ଼ିକର ବିଶ୍ଳେଷଣ କରାଯାଇଥିଲା ।

Leave A Reply

Your email address will not be published.