Latest Odisha News

BREAKING NEWS

ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ । ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଥିବା ଡାକୋଟାକୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ବୁଲି ଦେଖିଛନ୍ତି ।

ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ଡାକୋଟା ବିମାନର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁବାବୁ ଏହି ଡାକୋଟା ସାହାଯ୍ୟରେ ଇଣ୍ଡୋନେସିଆର ଉପ ରାଷ୍ଟ୍ରପତି ଓ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ଛାତ୍ରଛାତ୍ରୀଙ୍କୁ ଏହି ଐତିହ୍ୟ ବିଷୟରେ ଅବଗତ କରାଯାଇଥିଲା । ଏରୋନଟିକ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଦିଲ୍ଲୀ ଫ୍ଲାଇଂ କ୍ଲବରୁ ପାଇଲଟ୍ ଟ୍ରେନିଂ ନେଇଥିଲେ ବିଜୁବାବୁ । ପରେ ୧୯୩୬ରେ ରୟାଲ୍ ଇଣ୍ଡିଆନ୍ ଏୟାର ଫୋର୍ସରେ ସାମିଲ୍ ହୋଇଥିଲେ । ସେ ମୁଖ୍ୟତଃ ପରିବହନ ପାଇଁ ଡାକୋଟା ଭଳି ବିମାନ ଉଡ଼ାଉଥିଲେ ।

ଡାକୋଟାକୁ ବିମାନବନ୍ଦରରେ ଦେଖି ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀ ଖୁସି ପ୍ରକାଶ କରିଛନ୍ତି । କହିଛନ୍ତି ପାଇଲଟ୍ ହୋଇ ଦେଶ ସେବା କରିବାକୁ ଡାକୋଟା ଅନୁପ୍ରାଣିତ କରୁଛି । ସାଇ ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ଶିଳ୍ପୀ ସାହୁ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଐତିହ୍ୟ ପ୍ରେରଣା ଯୋଗାଇଛି ।

Leave A Reply

Your email address will not be published.