Latest Odisha News

BREAKING NEWS

ଆଇବି ୱାର୍ଲ୍ଡ ସ୍କୁଲ୍ ସହ ଯୋଡ଼ି ହେଲା ସାଇ ଇଣ୍ଟରନ୍ୟାସନାଲ୍

ଭୁବନେଶ୍ୱର: କ୍ୟାରିୟର ପ୍ରୋଗ୍ରାମ ଲାଗି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଆଇବି ୱାର୍ଲ୍ଡ ସ୍କୁଲ୍ ସହ ଯୋଡ଼ି ହୋଇଛି । ୧୬ରୁ ୧୯ ବର୍ଷ ବୟସର ଶିକ୍ଷାର୍ଥୀଙ୍କ ପାଇଁ ଏହା ମାଧ୍ୟମରେ ଶିକ୍ଷାଦାନ କରାଯିବ ।

ଏହା ସମାନ୍ତରଳ ଭାବେ କେମ୍ବ୍ରିଜ୍ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଏବଂ ସିବିଏସ୍ଇ ପାଠ୍ୟକ୍ରମ ଅନୁସାରେ ଦିଆଯିବ । ଏହାଦ୍ୱାରା ସାଇ ଇଣ୍ଟରନ୍ୟାସନାଲରେ ପଢ଼ୁଥିବା ଶିକ୍ଷାର୍ଥୀ ଅନ୍ତର୍ଜାତୀୟ ଶିକ୍ଷାଗତ ଅନୁଭୂତି ହାସଲ କରି ଆଇବିୟୁ ଲିଗ୍ କଲେଜରେ ସଫଳତା ପାଇ ପାରିବେ ।

ତେବେ ଏହା କ୍ୟାରିୟର ରିଲେଟେଡ୍ ଏଜୁକେସନ୍ ଲାଗି (ଦଶମ ଓ ଦ୍ୱାଦଶ ଶ୍ରେଣୀ) ପ୍ରସ୍ତୁତ କରାଯାଇଛି । କ୍ୟାରିଅର୍ ରିଲେଟେଡ୍ ଷ୍ଟଡିଜରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ, ବିଜିନେସ୍ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ଆଦି ସିପି ପାଠ୍ୟକ୍ରମରେ ରହିଛି ।

ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଶିଳ୍ପୀ ସାହୁ କହିଛନ୍ତି, ଆମେ ଶୈକ୍ଷଣୀୟ ସୁଯୋଗ ସହ ନ୍ୟୁ ଏଜ୍ ଜବ୍ସ ସିନାରିଓକୁ ଦୃଷ୍ଟି ଦେଉଛୁ । ଆଇବିସିପି ସହ ସାଇ ଇଣ୍ଟରନ୍ୟାସନାଲ୍ ଜଡ଼ିତ ହୋଇଛି । ଏହା ଆମ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରିବ ।

Leave A Reply

Your email address will not be published.