Latest Odisha News

BREAKING NEWS

ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ; ପାକିସ୍ତାନ କହିଲା ’ଆମେ ବହୁତ ଚିନ୍ତିତ’

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ ।  ଭାରି ଅସନ୍ତୁଷ୍ଟ ୨ ଦେଶ । ନେପାଳ ପରେ ଏବେ ପାକିସ୍ତାନ ଅଖଣ୍ଡ ଭାରତକୁ ନେଇ ଅସନ୍ତୋଷ ଜାହିର କରିଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମୁମତାଜ ଜହରା କହିଛନ୍ତି, ଭାରତ ସଂସଦ ଭବନର ନୂଆ କୋଠାରେ ଦର୍ଶା ଯାଇଥିବା ଅଖଣ୍ଡ ଭାରତରେ ପାକିସ୍ତାନ ସମେତ ଅନ୍ୟ ପଡୋଶୀ ଦେଶକୁ ପ୍ରଦର୍ଶନ କରାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ଏହା ଭାରତର ବିସ୍ତାରବାଦୀ ମାନସିକତାକୁ ବୁଝାଉଛି ।

ପାକିସ୍ତାନ କହିଛି, ଇଣ୍ଡିଆନ ପାର୍ଲାମେଣ୍ଟରେ ପ୍ରଦର୍ଶିତ ଏହି ଆର୍ଟକୁ ନେଇ ଆମେ ଚିନ୍ତିତ । ଏହାକୁ ବିଜେପି ନେତା ଅଖଣ୍ଡ ଭାରତ ବୋଲି ଦର୍ଶାଉଛନ୍ତି । ଏହି ଅଖଣ୍ଡ ଭାରତ ଦାବି ସେମାନଙ୍କ ବିସ୍ତାରବାଦୀ ମାନସିକତାର ପରିଚୟ । ଏହାଦ୍ୱାରା ଭାରତ କେବଳ ପଡାେଶୀ ଦେଶ ନୁହେଁ,  ଅଳ୍ପସଂଖ୍ୟକଙ୍କ ବିଚାରଧାରା ଏବଂ ସଂସ୍କୃତିକୁ ମଧ୍ୟ ଦମନ କରିବାକୁ ଚାହୁଁଛି ।

ସୂଚନାଥାଉ କି ଭାରତୀୟ ନୂଆ ସଂସଦରେ ଅଖଣ୍ଡ ଭାରତର ଚିତ୍ର ପ୍ରଦର୍ଶନ କରାଯାଇଛି ଯେଉଁଥିରେ ଭାରତର ସବୁ ରାଜ୍ୟର ନାମ ଉଲ୍ଲେଖ ରହିଛି । ଏହି ଆର୍ଟରେ ବର୍ତ୍ତମାନର ଆଫଗାନିସ୍ତାନ, ପାକିସ୍ତାନ, ମାଲଦୀପ, ଶ୍ରୀଲଙ୍କା, ମ୍ୟାମାଁର, ବାଂଲାଦେଶ ଏବଂ ଭାରତକୁ ଏକାସାଙ୍ଗରେ ଦର୍ଶାଯାଇଛି । ଏହାର ଉତ୍ତର ଭାଗରେ ମାନସହରୀ ତକ୍ଷଶୀଳାରୁ ନେଇ ନର୍ଥ ୱେଷ୍ଟରେ ପୁରୁଷପୁର ଏବଂ ନର୍ଥ ଇଷ୍ଟରେ କାମ ରୂପ ପର୍ଯ୍ୟନ୍ତ  ଅଞ୍ଚଳ ନଜରକୁ ଆସିଛି । ଏହାକୁ ବିଜେପି ନେତା ଅଖଣ୍ଡ ଭାରତ କୁହାଯାଉଛି ।

ବିଜେପି ପକ୍ଷରୁ କୁହାଯାଇଛି, ଭାରତର ପ୍ରାଚୀନ ଇତିହାସ ଦେଖିଲେ ଏହି ନକ୍ସା ଭୁଲ ନୁହେଁ ବେଲି କୁହାଯିବ । କାରଣ ପ୍ରଥମେ ଆଫଗାନିସ୍ତାନ, ପାକିସ୍ତାନ, ମାଲଦୀପ, ଶ୍ରୀଲଙ୍କା, ମ୍ୟାମାଁର, ବାଂଲାଦେଶ ନାମରେ କୌଣସି ଦେଶ ହିଁ ନ ଥିଲା । ଏସବୁ ଦେଶର ଉତ୍ପତି ପ୍ରାୟ ୧ ହଜାର ବର୍ଷ ପୂର୍ବର । ତା ଛଡା ପାକିସ୍ତାନ, ବଂଲାଦେଶର ସୃଷ୍ଟିକୁ ତ ୧୦୦ ବର୍ଷ ବି ହୋଇନାହିଁ ।

ତେବେ ଏହି ଚିତ୍ରକୁ ନେଇ କେବଳ ପାକିସ୍ତାନ ନୁହେଁ ନେପାଳ ମଧ୍ୟ ଫିଡିକିଛି । ନେପାଳ ଲୋକଙ୍କ କହିବା ଅନୁଯାୟୀ, ସଂସଦ ଭବନରେ ଲାଗିଥିବା ଚିତ୍ରରେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଦେଖା ଯାଇଛି ।  ଏଥିରୁ ପ୍ରତୀତ ହେଉଛି ଭାରତ ଏହି ଅଞ୍ଚଳକୁ ତାର ବୋଲି ଦାବି କରୁଛି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ କମଳ ଦହଳ ପ୍ରଚଣ୍ଡ । ଚାରିଦିନିଆ ଭାରତ ଗସ୍ତରେ ଆସି ସେ ନିଜର କ୍ଷୋଭ ଜାହିର କରିଛନ୍ତି ।

Leave A Reply

Your email address will not be published.