Latest Odisha News

BREAKING NEWS

କଳା ଆମ୍ବ: ଭିଡ଼ିଓ ଭାଇରାଲ, ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ନ୍ୟୁୟର୍କ: ଗ୍ରୀଷ୍ମ ଋତୁ ଚାଲିଛି । ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛିି । ଲୋକମାନେ ପ୍ରବଳ ଖରାରେ ଡ଼ହଳବିକଳ ବି ହେଉଛନ୍ତି । ଭୀଷଣ ତାତି ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ରାସ୍ତାଘାଟ ପୁରା ଶୂନ୍‌ଶାନ ହୋଇଯାଉଛି । ଆଉ ଗ୍ରୀଷ୍ମ ଋତୁରେ ବିଭିନ୍ନ ଫଳ ଭିତରେ ରାଜା ହେଉଛି ଆମ୍ବ । ଅନେକ ଲୋକ ଅଛନ୍ତି ଯେଉଁମାନେ ଆମ୍ବ ପ୍ରେମୀ । ଗ୍ରୀଷ୍ମ ଋତୁରେ ଆମ୍ବ ଖାଇବାର ମଜା ନିଆରା । ସାଧାରଣତଃ ଆମ୍ବ ହଳଦିଆ କିମ୍ବା ନୀଳ ରଙ୍ଗର ହୋଇଥାଏ । କିନ୍ତୁ କେବେ କଳା ରଙ୍ଗର ଆମ୍ବ ଦେଖିଛନ୍ତି ? ଏବେ ବଜାରରେ କଳା ଆମ୍ବ ଆସିଛି, ଯାହାର ଚାହିଦା ଅଧିକ ।

ସାଧାରଣତଃ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ଉପଲବ୍ଧ ହୋଇଥାଏ । କିଛି ଆମ୍ବ ବାହାର ରାଜ୍ୟରୁ ଆସୁଥିବା ବେଳେ ଆଉ କିଛି ଦେଶୀ ଆମ୍ବ ରହିଥାଏ । କୁହାଯାଏ, ଦେଶୀ ଆମ୍ବର ସ୍ୱାଦ ଟିକେ ଅଲଗା । ଆଉ ଗଛରେ ପାଚିଲା ଆମ୍ବର ଚାହିଦା ଅଧିକ । କିନ୍ତୁ ଅନେକ ଦୋକାନୀ କଞ୍ଚା ଆମ୍ବକୁ ଆଣି ଘରେ ପଚାଇବା ପରେ ବିକ୍ରି କରନ୍ତି । ଏହି ଆମ୍ବଗୁଡ଼ିକର ସ୍ୱାଦ ଏତେଟା ଭଲ ହୋଇ ନ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ନୁହେଁ । କିନ୍ତୁ ଏବେ ବଜାରକୁ ନୂଆ ପ୍ରକାରର ଆମ୍ବ ଆସିଛି, ଯାହା ଦେଖିବାକୁ ପୁରା କଳା ।

ସାଧାରଣତଃ ଆମ୍ବ କଞ୍ଚା ଥିବା ବେଳେ ନୀଳ ରଙ୍ଗର ହୋଇଥିବା ବେଳେ ଏହା ପାଚିଲେ ହଳଦିଆ,ନାଲି କିମ୍ବା କମଳା ରଙ୍ଗର ହୋଇଥାଏ । କିନ୍ତୁ ଏହି କଳା ରଙ୍ଗର ଆମ୍ବକୁ ଦେଖି ଲୋକେ ବିଶ୍ୱାସ କରି ପାରୁ ନାହାନ୍ତି । ଅଧିକାଂଶ ଲୋକ ଏହାକୁ ନକଲି ବୋଲି କହୁଥିବା ବେଳେ ଆଉ କିଛି ଏହା ଅସଲି ବୋଲି କହିଛନ୍ତି । ବାସ୍ତବରେ, ଏହି ପ୍ରକାରର ଆମ୍ବ ସାଧାରଣତଃ ଦକ୍ଷିଣ ଆମେରିକାର ଜାମାଇକାନରେ ଦେଖିବାକୁ ମିଳିଥାଏ । ଏହାକୁ ବ୍ଲାକ୍ ଆମ୍ବ ମଧ୍ୟ କୁହାଯାଏ ।

ଆଜିକାଲି ସୋସିଆଲ ମିଡିଆରେ ଏହି କଳା ଆମ୍ବର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଏକ କଳା ରଙ୍ଗର ଆମ୍ବକୁ କାଟୁଛନ୍ତି । ଭିତରେ ଏହା ପୂରା ପାଚିଲା ଆମ୍ବ ପରି ହୋଇଛି । ଭିଡିଓ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଲୋକ ପ୍ରଥମ ଥର କଳା ଆମ୍ବ ଦେଖୁଥିବା କହୁଥିବା ବେଳେ ଆଉ କିଛି ଏହା ପ୍ରକୃତରେ ଅସଲି ନା ନକଲି ଦ୍ୱନ୍ଦ୍ୱରେ ରହିଛନ୍ତି । କିନ୍ତୁ ଅନେକ ଲୋକ ଏହା ଉପରେ ତଦାରଖ କରିବା ପରେ ଜାଣିବାକୁ ପାଇଥିଲେ ଯେ, ପ୍ରକୃତରେ ଏହା କଳା ଆମ୍ବ ଅଟେ ।

Leave A Reply

Your email address will not be published.