Latest Odisha News

BREAKING NEWS

ମୁମ୍ବାଇ ଛାଡିବେ ବେବୋ ଓ ସୈଫ ଅଲ୍ଲି ଖାନ୍ !

ମୁମ୍ବାଇ: ଦ୍ୱିତୀୟ ପୁତ୍ର କିମ୍ବା କନ୍ୟା ସନ୍ତାନ ପାଇଁ କରିନା ଓ ସୈଫ୍ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ଉତ୍ସାହରେ ଏକ ନୂଆ ଟୁଇଷ୍ଟ ଆଣିଛନ୍ତି ଖୋଦ ସୈଫ୍ ଅଲ୍ଲି ଖାନ । ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବା କଥା କହିବା ପରେ ବଲିଉଡରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ପଟୌଦୀ ପେଲେସ୍‌ରେ ସେଟ୍ଟଲ୍ ହେବେ ସୈଫଙ୍କ ପୂରା ପରିବାର । ହେଲେ ଏଥିପାଇଁ ଉଭୟ କରିନା ଓ ସୈଫଙ୍କୁ କିଛିଦିନ ଅପେକ୍ଷା କରିବାକୁ ପଡିବ । ତତ୍କାଳୀନ ନୁହେଁ ବରଂ କରିନାଙ୍କ ଦ୍ୱିତୀୟ ପିଲା ଜନ୍ମହେବା ପରେ ସେମାନେ ମୁମ୍ବାଇ ଛାଡିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏଥିପାଇଁ ଏବେଠୁ ତୈମୁରଙ୍କ ପାଇଁ ପଟୌଦୀ ପେଲେସ ନିକଟରେ ଏକ ଭଲ ସ୍କୁଲ ଖୋଜା ଚାଲିଛି ।

ଛୁଟିଦିନରେ ତୈମୁର ନିଜ ଜେଜେବାପାଙ୍କ ଘରକୁ ଯାଇଥିଲେ । ସେଠିକାର ପ୍ରାକୃତିକ ପରିବେଶରେ ଖୁବ ମଜା ଉଠାଇଥିଲେ । ଏହି କାରଣରୁ ତୈମୁରଙ୍କୁ ନେଇ ସୈଫ ଏତେଟା ଚିନ୍ତିତ ନୁହଁନ୍ତି ।

ସହରୀ ପରିବେଶ ପ୍ରତି ବିରକ୍ତିଭାବ ହେଉ କି କରୋନା ପାଇଁ ସତର୍କତା । ପଟୌଦୀ ପେଲେସ୍‌ରେ ସୈଫ ନିଜ ପରିବାର ସହ ରହିବାକୁ ବହୁ ଭାବିଚିନ୍ତି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ କାମ ପାଇଁ ସେ ଓ କରିନା ଫ୍ଲାଇଟ୍ ଜରିଆରେ ମୁମ୍ବାଇ ଯିବାଆସିବା କରିବେ । ଆବଶ୍ୟକ ପଡିଲେ ମୁମ୍ବାଇସ୍ଥିତ ନିଜ ଫ୍ଲାଟ୍‌ରେ ବି ରହିବେ । ହେଲେ ପଟୌଦୀ ପରିବାର ଏକାଠି ରହିବେ, ସୁସ୍ଥ ରହିବେ । ସୈଫ ନିଜ ବହୁଦିନର ସ୍ୱପ୍ନକୁ ପୂରଣ କରିବେ ।

Leave A Reply

Your email address will not be published.