Latest Odisha News

BREAKING NEWS

ମାଲଡିଭ୍‌ସରେ ମଉଜ କରୁଛନ୍ତି ସାଇନା-କାଶ୍ୟପ

ମାଲେ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ ପାରୁପଲ୍ଲୀ କାଶ୍ୟପ ମାଲଡିଭ୍‌ସରେ ମଉଜ କରୁଛନ୍ତି । ଭାରତର ଏହି ଲୋକପ୍ରିୟ ଖେଳ ଯୋଡି ପ୍ରେମରେ ପଡିବାଠାରୁ ବିବାହ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାର ରହିଛନ୍ତି । ବିବାହ ପରେ ନିଜ ପତିଙ୍କ ସହ ସାଇନା ଛୁଟି କଟାଉଛନ୍ତି । ସେ ବୁଧବାର ସୋସିଆଲ ସାଇଟରେ ସେମାନଙ୍କ ଫଟୋ ଛାଡିଛନ୍ତି । ସାଇନାଙ୍କ ଗ୍ଲାମରସ ଲୁକ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

ବାରମ୍ବାର ଆଘାତ ସମସ୍ୟା ପଡିବା ପରେ କାଶ୍ୟପ କ୍ୟାରିୟର ଚିନ୍ତାରେ ଭାଙ୍ଗି ପଡିଥିଲେ । ସାଇନାଙ୍କ ସହ ପ୍ରେମରେ ପଡିବା ପରେ କାଶ୍ୟପଙ୍କ ପ୍ରଦର୍ଶନରେ ମଧ୍ୟ ସୁଧାର ଆସିଥିଲା । ଏହା ସେ ବିବାହ ପରେ ସ୍ୱୀକାର ମଧ୍ୟ କରିଛନ୍ତି । ୧୯୯୭ରୁ ଏହି କାହାଣୀ ଆରମ୍ଭ ହୋଇଥିଲା । ୨୦୦୨ରେ ପ୍ରେମ ନିବୀଡ ହୋଇଥିଲା ଏବଂ ଶେଷରେ ଶିଖରରେ ପଂହଚିଥିଲା ।

Leave A Reply

Your email address will not be published.