Latest Odisha News

BREAKING NEWS

ଟସ୍ ଜିଣି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ୪୮ତମ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆବୁଧାବିର ଶେଖ୍ ଜୟେଦ୍ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବିନା ପୁନର୍ବାର ପଡିଆକୁ ଓହ୍ଲାଇବ ମୁମ୍ବାଇ । ଚଳିତ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ପଏଣ୍ଟ ଟେବୁଲରେ ମୁମ୍ବାଇ ଟିମ୍ ଶୀର୍ଷରେ ଅଛି ।

ଏହି ଟିମ୍ ୧୧ଟି ମ୍ୟାଚ୍ ଖେଳି ୭ଟିରେ ବିଜୟ ହାସଲ କରିଛି । ତେଣୁ ଆଜିର ମ୍ୟାଚ୍ ଜିତି ଶୀର୍ଷ କ୍ରମରେ ସ୍ଥାନ ବଳବତ୍ତର ରଖିବାକୁ ଚାହିଁବ । ସେହିପରି ବିରାଟ କୋହଲିଙ୍କ ଟିମ୍ ବାଙ୍ଗାଲୋର ମଧ୍ୟ ମୁମ୍ବାଇ ଭଳି ୧୧ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଛି । ଟିମ୍ କିନ୍ତୁ ପଏଣ୍ଟ ଟେବୁଲରେ ୨ୟସ୍ଥାନରେ ଅଛି । ମୁମ୍ବାଇକୁ ଟପିବାକୁ ହେଲେ ବାଙ୍ଗାଲୋରକୁ ଆଜିର ମ୍ୟାଚ୍ ଜିତିବାକୁ ହେବ ।

Leave A Reply

Your email address will not be published.