Latest Odisha News

BREAKING NEWS

ଅଗ୍ନି ନିରାପତ୍ତା ନିୟମ ଉଲଂଘନ ନେଇ ପୁଣି ବିବାଦରେ ଓଟିଭି

ଭୁବନେଶ୍ଵର: ଓଟିଭିକୁ ନେଇ ଘନେଇବାରେ ଲାଗିଛି ବିବାଦ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ଚାଲିଛି ଓଟିଭି। ନିକଟରେ ଓଟିଭି ଅଗ୍ନି ନିରାପତ୍ତା ନିୟମ ମାନୁନଥିବା ନେଇ ଅଭିଯୋଗ ହୋଇଛି।

ଭୁବନେଶ୍ୱର ପଟିଆର ସ୍ଥିତ ନିଜର କାର୍ଯ୍ୟାଳୟ ପରିସରରେ ଓଟିଭି ଅଗ୍ନି ନିରାପତ୍ତା ନିୟମ ମାନୁନଥିବା ନେଇ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ(ଓଫଡ୍ରା) ଚ୍ୟାନେଲର ପରିଚାଳକଙ୍କୁ ଚିଠି ପଠାଇଥିବା ସୂଚନା ମିଳିଛି।

ସୂଚନାନୁସାରେ, ଓଫଡ୍ରା ଅକ୍ଟୋବର ୭ରେ ଓଟିଭି କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଧିକାରୀ ଅଗ୍ନି ନିରାପତ୍ତା ମାନଦଣ୍ଡରେ ଅନେକ ତ୍ରୁଟି ପାଇଥିବା ଓଫଡ୍ରା ପକ୍ଷରୁ ସୂଚନା ମିଳିଛି।

ତେବେ ଯଥାଶୀଘ୍ର ଏହି ତ୍ରୁଟି କୁ ସଂଶୋଧନ କରିବା ପାଇଁ ଓଟିଭି ପରିଚାଳକଙ୍କୁ କୁହାଯାଇଛି।

ଅନ୍ୟପଟେ ଷ୍ଟୁଡିଓରେ ଅନେକ ଅଗ୍ନି ପ୍ରବଣ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ସର୍ଭର କକ୍ଷ ଆଦି ରହିଛି, ଯେଉଁଥିରେ ନିଆଁ ଲାଗିଲେ ଅନେକ ବିପଦ ରହିଛି। ଏହାସହ ତଳ ମହଲାରେ ଭେଣ୍ଟିଲେସନ ସିଷ୍ଟମ ନଥିବା ସତ୍ତ୍ୱେ ଅନେକ କର୍ମଚାରୀ ମଧ୍ୟ ତଳ ମହଲାରେ କାମ କରୁଛନ୍ତି। ଏମିତି ସ୍ଥିତିରେ ଯଦି ଅଗ୍ନିକାଣ୍ଡ ଘଟେ ତେବେ ବହୁ ମାତ୍ରାରେ ଧନ ଜୀବନ ନଷ୍ଟ ହେବାର ବିପଦ ରହିଥିବା ଓଡଫ୍ରା ଚିଠିରେ ଉଲ୍ଲେଖ କରିଛି।

Leave A Reply

Your email address will not be published.