Latest Odisha News

BREAKING NEWS

ନକଲି ପାସପୋର୍ଟ ମାମଲାରେ ଅବୁ ସଲେମଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ: ନକଲି ପାସପୋର୍ଟ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଅବୁ ସଲେମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ମଙ୍ଗଳବାର ସିବିଆଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ସମୃଦ୍ଧି ମିଶ୍ର ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସଲେମଙ୍କ ବ୍ୟତୀତ ପରଭେଜ ଆସଲମ ମଧ୍ୟ ଦଣ୍ଡିତ ହୋଇଛନ୍ତି । ୧୯୯୩ରେ ଅବୁ ସଲେମ ଓରଫ ଅବଦୁଲ୍ଲ କାୟମ ଅନ୍ସାରୀ ସାଥୀ ପରଭେଜ ଅସଲାମ ଓରଫ ସମୀରା ଜୁମାନୀଙ୍କ ସହ ମିଶି ଲକ୍ଷ୍ନୌ ପାସପୋର୍ଟ କାର୍ଯ୍ୟାଳୟରେ ଅକୀଲ ଅହମ୍ମଦ ଆଜମୀଙ୍କ ନାମରେ ଆବେଦନ କରିଥିଲେ । ଏଥି ପାଇଁ ସଲେମ ଏବଂ ତାଙ୍କ ସାଥୀ ସମସ୍ତ ନକଲି କାଗଜପତ୍ର ପ୍ରଦାନ କରିଥିଲେ ।

ଏହି ପାସପୋର୍ଟ ସେ ଦୀର୍ଘ ଦିନ ଧରି ବ୍ୟବହାର କରିଥିଲେ । ୨୦୦୯ ଜୁନ ୫ରେ ସେ ଧରାପଡି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏବେ ଅଭିଯୁକ୍ତ ବୟାନ ରୁଜୁ ହେବା ସହ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.