Latest Odisha News

BREAKING NEWS

ଆସନ୍ତୁ ଜାଣିବା କଣ ପାଇଁ ସଲମାନ ଓ ପ୍ରଭୂଦେବା ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ କ୍ୱୋନ ତାଇଙ୍କୁ ଆଣିଲେ

ମୁମ୍ବାଇ:ରାଧେ ଫିଲ୍ମ ଶୁଟିଂ ଲକଡାଉନ ଯୋଗୁ ପ୍ରାୟ ୭ ମାସ ବନ୍ଦ ରହିଥିଲା । ଭାଇଜାନ ସଲମାନ ଖାଁ ଏବେ ଏହାର ଶୁଟିଂ ଜୋରସୋରରେ ଆରମ୍ଭ କରି ଦେଇଛନ୍ତି । ଏହି ବିଗ ବଜେଟ ଫିଲ୍ମର ଆକ୍ସନ ଦୃଶ୍ୟ ପାଇଁ ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ ତଥା ଫାଇଟ ମାଷ୍ଟର କ୍ୱୋନ ତାଇଙ୍କୁ ଅଣାଯାଇଛି । ପୂର୍ବରୁ ସେ ନଭେମ୍ବର ୨୦୧୯ରେ ଭାରତ ଆସି ଫିଲ୍ମ ସମ୍ପର୍କରେ ନିର୍ଦ୍ଦେଶକ ପ୍ରଭୂଦେବାଙ୍କ ସହ ଆଲୋଚନା କରିଥିଲେ ।

ଡ୍ରଗ୍ସ ମାଫିଆ ରଣଦୀପ ହୁଦା ଓ ସଲମାନଙ୍କ ମଧ୍ୟରେ ଏହି ଆକ୍ସନ ଦୃଶ୍ୟ ସୁଟ କରାଯିବ । ଧିମା ଆଲୋକରେ ଓ ଧୂଆଁ ଭରା ପରିବେଶରେ ଏହି ଆକ୍ସନ ଦୃଶ୍ୟ କରାଯିବ । ପ୍ରଭୂଦେବା ସମ୍ପୂର୍ଣ୍ଣ ନୂତନ ଶୈଳୀରେ ପ୍ରଶଂସକଙ୍କୁ ଫିଲ୍ମ ଭେଟି ଦେବାକୁ ଚାହୁଁଛନ୍ତି । ଫିଲ୍ମର ପ୍ରଯୋଜକ ହେଉଛନ୍ତି ସଲମାନ, ସୋହେଲ ଓ ଅତୁଲ ଅଗ୍ନିହୋତ୍ରୀ । କ୍ୱୋନଙ୍କ ଆକ୍ସନ ନିଶ୍ଚିତ ଭାବେ ବଲିଉଡ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସଲମାନ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.