Latest Odisha News

BREAKING NEWS

ବୟସ ୬୨, ଶାଢୀ ପିନ୍ଧି ଚଢିଲେ ଅଗସ୍ଥ୍ୟର୍କୁଦମ୍ ପାହାଡ

ଭୁବନେଶ୍ୱର: ଆମ ଜୀବନରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛ, ଯାହା ବୟସକୁ କେବଳ ଏକ ସଂଖ୍ୟା ରୂପେ ପରିଗଣିତ କରିଛି । ଏହି ଧାରାରେ ଏଭଳି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ନାଗାରତ୍ନାମ୍ମା ନାମକ ଜଣେ ବୃଦ୍ଧା । ଏହି ୬୨ ବର୍ଷୀୟା ବୃଦ୍ଧା ଜଣକ ପରିଣତ ବୟସରେ କେରଳର ଦ୍ୱିତୀୟ ସର୍ବବୃହତ୍ ଅଗସ୍ଥ୍ୟର୍କୁଦମ ପାହାଡ ଚଢି ସମସ୍ତଙ୍କୁ ଚକିତ କରିଛନ୍ତି ।

ଗତ ୧୬ ତାରିଖରେ କେବଳ ଦଉଡି ସହାୟତାରେ ନାଗାରତ୍ନାମ୍ମା ଅଗସ୍ଥ୍ୟର୍କୁଦମ ପାହାଡ ଚଢିବାରେ ସକ୍ଷମ ହୋଇଥିଲେ । ଶାଢୀ ପିନ୍ଧି ଏଭଳି କାରନାମା ଦେଖାଇଥିବା ନାଗାରତ୍ନାମ୍ମାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

 

View this post on Instagram

 

A post shared by Vishnu (@hiking_._)

୬୨ ବର୍ଷୀୟା ନାଗାରତ୍ନାମ୍ମା କର୍ଣ୍ଣାଟକ ବାସିନ୍ଦା । ଛୋଟବେଳୁ ସେ ଏହି ପାହାଡ ଉପରେ ଚଢିବାକୁ ସ୍ୱପ୍ନ ଦେଖିଥିଲେ । ହେଲେ ପରିବାରର ଜଂଜାଳ ଭିତରୁ ସେ ନିଜକୁ ମୁକୁଳାଇପାରିନଥିଲେ । ଶେଷରେ ପରିଣତ ବୟସରେ ବି ପରିବାର ଲୋକଙ୍କ ସମର୍ଥନରେ ସେ ନିଜ ସ୍ୱପ୍ନକୁ ପୂରଣ କରିଥିବାରୁ ବେଶ ଖୁସୀ ଥିବା ଜଣାପଡିଛି । ଏହି ଭିଡିଓକୁ ନେଇ ସୋସିଆଲ୍ ମିଡିଆରେ ଅନେକ ସକରାତ୍ମକ କମେଣ୍ଟ ଦେଖିବାକୁ ମିଳିଛି । ଅନେକଙ୍କୁ ଏହି ଭିଡିଓ ଯେ ପ୍ରେରଣା ଯୋଗାଇଛି, ଏଥିରେ କୌଣସି ସନ୍ଦେହ ନାହିଁ ।

Comments are closed, but trackbacks and pingbacks are open.