Latest Odisha News

BREAKING NEWS

କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ

ସମ୍ବଲପୁର:ବଡ଼ ସଫଳତା ମିଳିଛି ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ । ଟୋଲଗେଟ୍‌ ନିକଟରୁ ଏକ କଣ୍ଟେନରରୁ ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ । ସ୍ୱତନ୍ତ୍ର ସିକ୍ରେଟ୍‌ ଚାମ୍ବର ତିଆରି କରି ଗଞ୍ଜେଇ ଚାଲାଣ କରାଯାଉଥିଲା। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି।

ଖବରମୁତାବକ, ଅବକାରୀ ଗୁଇନ୍ଦା ବିଭାଗ କଣ୍ଟେନରକୁ ଯାଞ୍ଚ କରିବା ପରେ ଏହି ଗୁପ୍ତ ଚାମ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଠାବ କରିଥିଲା। କଣ୍ଟେନର ଖୋଲିବା ପରେ ସେଥିରୁ ୪୮ଟି ବସ୍ତା ଗଞ୍ଜେଇ ବାହାରିଥିଲା। ଏହାର ଓଜନ ପ୍ରାୟ ୧୨ କ୍ୱିଣ୍ଟାଲ ଥିବା ଜଣାପଡ଼ିଛି। ଗଞ୍ଜେଇଗୁଡ଼ିକୁ ଲୁଚାଇ ଅନ୍ୟ ରାଜ୍ୟକୁ ନେବା ପାଇଁ ଏହି କଣ୍ଟେନର ବ୍ୟବହାର କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି।

ପ୍ରାଥମିକ ପଚରାଉଚରା ବେଳେ ଅଭିଯୁକ୍ତମାନେ ଗଞ୍ଜେଇ ବରଗଡ଼ରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା କହିଥିବା ସୂଚନା ମିଳିଛି। ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହାର ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ଼ କରୁଛି ବିଭାଗ ।

Comments are closed.