Latest Odisha News

BREAKING NEWS

ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟି ପରୀକ୍ଷା

ସମ୍ବଲପୁର: ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା । ଜାନୁଆରୀ ୧୩ ରେ ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ । ଆସନ୍ତକାଲି (ଶନିବାର) ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟ ପାଇଁ ଆୟୋଜନ କରାଯାଉଛି । ଏଥିପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଜିଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଏକ ଚିଠି ଲେଖାଯାଇଥିଲା । ଏହାପରେ ଜିଏମ୍‍ ୟୁନିଭରସିଟିର ପରୀକ୍ଷା ଘୁଞ୍ଚିଛି ।

ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ। ଏସଂପର୍କିତ ନିର୍ଦ୍ଦେଶନାମା ମଧ୍ୟ ୟୁନିଭରସିଟି ପକ୍ଷରୁ ଜାରି କରାଯାଇଛି । ଏହା ସହିତ କାର୍ଯ୍ୟକ୍ରମରେ ବହୁତ ଭିଡ଼ ହେବାର ସମ୍ଭାବନା ରହିଛି । ଯେଉଁ ଛାତ୍ରଛାତ୍ରୀ ମାନେ ସାମସ୍ (SAMS) ପୋର୍ଟାଲରେ ପଞ୍ଜୀକୃତ କରିଥିବେ, କେବଳ ସେମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ଜିଲ୍ଲା ପରିଷଦ ସମ୍ବଲପୁର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.