Latest Odisha News

BREAKING NEWS

ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା, ଏପ୍ରିଲ ପହିଲା କଟକଣା ଲାଗୁ

ଭୁବନେଶ୍ବର:- ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଂଚଳକୁ ପ୍ଲାଷ୍ଟିକ ଜିନିଷ ନେବା ଉପରେ ରୋକ ଲଗାଇଛନ୍ତି ସରକାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଆଜି ଏହି କଟକଣା ଜାରି କରିଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବାକୁ ନିର୍ଦ୍ଦଶନାମା ଜାରି ହୋଇଛି । ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ପ୍ଲାଷ୍ଟିକ ଖୋଳରେ ଖାଦ୍ୟ ନେଉଥିଲେ ଏଣେତେଣେ ପକାଇବାକୁ ବାରଣ କରାଯାଇଛି । ବ୍ୟବହୃତ ପ୍ଲାଷ୍ଟିକ ଖୋଳକୁ ରଖାଯାଇଥିବା ଗାର୍ବେଜ ଡଷ୍ଟବିନରେ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

BjdElectrycity
Leave A Reply

Your email address will not be published.