Latest Odisha News

BREAKING NEWS

ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ  : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।

ଏହି ଅବସରରେ ପୁରୀ ବେଳାଭୂମିରେ ଗାନ୍ଧିଙ୍କ ବାଲୁକା କଳା କାରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆନ୍ତର୍ଗାତୀୟ ବାଲୁକାଶିଳ୍ପୀ ମାନସକୁମାର ସାହୁ ଗାନ୍ଧି ଜୟନ୍ତୀ ଉପଲକ୍ଷେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହା ତିଆରି କରିବାକୁ ତାଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ୧୫ଫୁଟ ଓସାର ବିଶିଷ୍ଟ ଏହି ମୂର୍ତ୍ତିରେ ୧୫ଟନ୍ ବାଲି ବ୍ୟବହାର ହୋଇଛି । ଆମର ଜାତି ର ପିତା ମହାତ୍ମା ଗାନ୍ଧୀ ଯିଏ କି ଆମର ପ୍ରିୟ ବାପୁ ନାମରେ ପରିଚିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଚିରସ୍ମରଣୀୟ ରଖିବା ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି | ଏଥିରେ “Happy Gandhi Jayanti’ ର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ |

Leave A Reply

Your email address will not be published.