Latest Odisha News

BREAKING NEWS

ଡୁବୁରିରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

ଭୁବନେଶ୍ବର : ରାଜ୍ୟର ଅନୁଗୁଳ ଓ ଯାଜପୁର ଡୁବୁରୀରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା । ଏହାସହ ପାରାଦୀପରେ ୩୦ଶଯ୍ୟା ବିଷ୍ଟ ଡାକ୍ତରଖାନାକୁ ଅନୁମୋଦନ ମିଳିଥିବା ବେଳେ ଝାରସୁଗୁଡ଼ା ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା , ସମ୍ବଲପୁର ରେଙ୍ଗାଲୀ ଓ ବରଗଡ଼ ଅଞ୍ଚଳରେ  ଇଏସ୍‌ଆଇ ଡାକ୍ତରଖାନା ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି। ଏହାସହ ବହୁସଂଖ୍ୟାରେ ନୂତନ ‌ଡିସପେନସାରି ଖୋଲିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି ।

ଚଳିତବର୍ଷ ମାର୍ଚ ସୁଦ୍ଧା ରାଜ୍ୟରେ ୭ଲକ୍ଷ ୫୧ହଜାର ଶ୍ରମିକ ବୀମାଭୁକ୍ତ ହୋଇଛନ୍ତି। ଇଏସ୍‌ଆଇ ଯୋଜନା, ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଇବା ସହିତ ଅସୁସ୍ଥତା, ମୃତ୍ୟୁ, ଦୁର୍ଘଟଣା, ଅକ୍ଷମତା ଆଦି ଘଟଣାରେ ଚିକିତ୍ସା ସୁବିଧା ତଥା ଆର୍ଥିକ ସୁବିଧା ପ୍ରଦାନ ଦିଆଯାଉଛି। ଅନୁଗୁଳରେ ଇଏସଆଇ ଡାକ୍ତରଖାନାରେ ଇଏସଆଇ ନିଗମ ଦ୍ବାରା ତୁରନ୍ତ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ, ବୀମାଭୁକ୍ତ ମେଡିକାଲ ଅଫିସର ଓ ପାରା ମେଡିକାଲଙ୍କୁ ନିଯୁକ୍ତି ଓ ଅତିରିକ୍ତ କର୍ମଚାରୀଙ୍କ ନିଯୁକ୍ତିର ଆବଶ୍ୟକତା ଉପରେ ‌ଗୁରୁତ୍ବାରୋପ କରାଯାଇଛି।

Leave A Reply

Your email address will not be published.