Latest Odisha News

ସଂଘମିତ୍ରା ମିଶ୍ର ପାଇଲେ “ଶୈଳଜା” ସମ୍ମାନ

ଭୁବନେଶ୍ୱର : ଶୈଳବାଳା ସାହିତ୍ୟ ସଂସଦର ପଞ୍ଚମ ସାରସ୍ୱତ ସମାରୋହ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମାଲୋଚିକା ସଂଘମିତ୍ରା ମିଶ୍ରଙ୍କୁ ଶୈଳଜା ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ସାରସ୍ୱତ ସମାରୋହରେ “ସମ୍ବାଦ”ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଏବଂ ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।

ଏହି ସଭାରେ , ସଂସଦର ମୁଖପତ୍ର ଶୈଳଜା , ଗୌରଚନ୍ଦ୍ର ମହାପାତ୍ରଙ୍କ କବିତା ସଙ୍କଳନ ‘ମନର ଫୁଲ ବଗିଚା’ , ପ୍ରମୋଦ କୁମାର ମହାନ୍ତିଙ୍କ ‘ସାଇକୃପା ଆଧ୍ୟାତ୍ମିକ ପତ୍ରିକା’, ସଦାନନ୍ଦ ଗୁରୁଙ୍କ ଜୀବନ ଗୀତିକା ଓ କବି ସତ୍ୟବାଦୀ ବଳିଆରସିଂହଙ୍କର ‘ଅର୍ପଣ’ ଉନ୍ମୋଚିତ ହୋଇଥିଲା। ସଂସଦର ଉପସଭାପତି ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ପ୍ରତିମା ରାଣୀ ମିଶ୍ର ( ଷଡ଼ଙ୍ଗୀ) ବେଦ ପାଠ କରିଥିଲେ ଏବଂ ପୂର୍ଣାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.