Latest Odisha News

BREAKING NEWS

ସଞ୍ଜୟଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶିବସେନା ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ ମିଳିଛି ଜାମିନ । ପାତ୍ରା ଚାଲ ଜମି ଦୁର୍ନୀତି ମାମଲାରେ ୧୦୨ ଦିନ ଜେଲରେ ରହିବା ପରେ ମୁମ୍ବାଇର ପିଏମଏଲଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ମିଳିବା ପରେ ଅତିରିକ୍ତ ସୋଲିସିଟର ଜେନେରାଲ ତାଙ୍କ ଏହି ଆଦେଶ ଉପରେ କିଛି ଦିନ ରୋକ ଲଗାଇବା ପାଇଁ ଚାହୁଁଥିଲେ । ଏହା ଦ୍ୱାରା ଇଡି ମୁମ୍ବାଇ କୋର୍ଟଙ୍କ ଆଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ । ସଞ୍ଜୟଙ୍କୁ ଅଗଷ୍ଟ ୧ରେ ଇଡି ଗିରଫ କରିଥିଲା ।

ଇଡି ସମ୍ପୃକ୍ତ ଘଟଣାରେ ସଞ୍ଜୟଙ୍କ ଘରେ ତାଲାଶ କରି ୧୧.୫ ଲକ୍ଷ ଟଙ୍କା ନଗଦ ଜବତ କରିଥିଲେ । ପାତ୍ରା ଚାଲ ଜମି ଘଟଣାରେ ୧୦୩୯ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏବେ ବି ଘଟଣାର ତଦନ୍ତ ଚାଲିଛି । ସଞ୍ଜୟ ତାଙ୍କ ପତ୍ନୀଙ୍କ ନାମରେ ୧୦ଟି ଜାଗା କିଣିଛନ୍ତି । ସଞ୍ଜୟ ପ୍ରଥମରୁ କୌଣସି ଦୁର୍ନୀତିରେ ସମ୍ପୃକ୍ତ ନ ଥିବା କହି ଆସିଛନ୍ତି ।

Leave A Reply

Your email address will not be published.