Latest Odisha News

BREAKING NEWS

ଶପଥ ପରେ ସୂର୍ଯ୍ୟବଂଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଶପଥ ନେବା ପରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗୁରୁ ଦାୟିତ୍ୱ । ପଦ୍ମପୁର ଉପନିର୍ବାଚନ ପାଇଁ ସେ କରିବେ ପ୍ରଚାର । ପଦ୍ମପୁର ପାଇଁ ପ୍ରଚାର କରିବାକୁ ତାଙ୍କୁ ପଠାଇବ ବିଜେପି । ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜନୀତିରେ ନୂଆ ହେଲେ ବି ସେ ଶିକ୍ଷିତ ଓ ଜଣେ ପୋଖତ ନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ପଦ୍ମପୁର ପ୍ରଚାର ମଙ୍ଗ ତାଙ୍କୁ ହିଁ ଦିଆଯିବ । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାୟକ ଆସନ ଖାଲି ରହିଛି । ଡିସେମ୍ୱର ୫ ତାରିଖରେ ଏଠାରେ ଭୋଟ ଗ୍ରହଣ ଓ ଡିସେମ୍ୱର ୮ ତାରିଖରେ ଭୋଟ ଗଣତି ହେବ ।

 

ଧାମନଗର ଉପନିର୍ବାଚନରେ ବିଜୟୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ  ।ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ସମାରୋହରେ ସାମିଲ ହୋଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାନସଭା ସଚିବ ଦାଶରଥି ଶତପଥୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ତାଙ୍କ ପିତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ପାଇଁ ଉପନିର୍ବାଚନ ହୋଇଥିଲା । ସୂର୍ଯ୍ୟବଂଶୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ତାଙ୍କୁ ୮୦,୩୫୧ ଭୋଟ୍ ମିଳିଥିଲା । ଅବନ୍ତୀ ଦାସଙ୍କୁ ୭୦,୪୭୦, କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କୁ ୩୫୬୧, ବିଜେଡିର ବିଦ୍ରୋହୀ ନେତା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮୧୫୩ ଭୋଟ୍ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ ଖଣ୍ଡ ଭୋଟ୍ ମିଳିଥିଲା ।

Leave A Reply

Your email address will not be published.