Latest Odisha News

BREAKING NEWS

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ

ନୂଆପଡ଼ା: ପୁଣି ଥରେ ଦେଖିବାକୁ ମିଳିଛି ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର। ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ରାସ୍ତା ଅଭାବ ଯୋଗୁଁ ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ ଆଉ ସେଇଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ଗ୍ରାମ ପଞ୍ଚାୟତର ଭୁଇଁପାନି ଗାଁରେ ।

BjdElectrycity

ସୂଚନା ମୁତାବକ, ଖାଲଖମା ରାସ୍ତା ଦେଇ ଖଟିଆରେ ଗର୍ଭବତୀଙ୍କୁ ନେଲେ ସମ୍ପର୍କୀୟ । ଭୁଇଁପାନୀ ଗାଁ ର ଖୋଲିଭିତର ପଡ଼ା ର ଧନେଶ୍ଵର ଚିନ୍ଦାଙ୍କ ସ୍ତ୍ରୀ ହେମୀ ଚିନ୍ଦାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ, ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟି ଜରଣାମାଲ ଗାଁ ନିକଟରେ ଅଟକି ରହିଥିଲା । ପରିବାର ଲୋକଙ୍କ ସହ ଗାଁର କିଛି ଯୁବକ ଗର୍ଭବତୀ ହେମି ଚିନ୍ଦାଙ୍କୁ ଏକ ଖଟିଆରେ ଦୋଲିଫାନ୍ଦି ପାଖାପାଖି ଦୁଇ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଭେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି । ବର୍ତ୍ତମାନ ହେମୀ ଚିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ତା ସ୍ଥିର ରହିଥିବା ଜଣାପଡିଛି ।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ଗ୍ରାମ ପଞ୍ଚାୟତର ଭୁଇଁପାନି ଗାଁକୁ ରାସ୍ତା ନଥିବାରୁ ଅନେକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଛନ୍ତି । ଏହାସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.