ପବନର ବଳକୁ କାମରେ ଲଗାଇ ଆମେ କେତେ କଣ ଯନ୍ତ୍ରପାତି ତିଆରି କରିଛେ । ସେ ଭିତରୁ ଗୋଟିଏ ହେଉଛି ଏୟାର ଜ୍ୟାକ୍ । ଓଜନିଆ ଜିନିଷକୁ ସହଜରେ ଉପରକୁ ଉଠାଇବାକୁ ଏଥିରେ ପବନର ଶକ୍ତିକୁ କାମରେ ଲଗା ଯାଇଥାଏ । ଏହା କେମିତି କାମ କରେ ତାହା ଆମେ ଗୋଟିଏ ମଜାଦାର ଖେଳଣା ତିଆରି କରି ଦେଖି ପାରିବା ।
ଏଥିପାଇଁ ଦରକାର ଗୋଟିଏ କ୍ଷୀର ଜରି, ସୂତା ଖଣ୍ଡିଏ ଆଉ ସୋଡାଷ୍ଟ୍ର ଗୋଟିଏ ।
-କ୍ଷୀର ଜରି ଭିତରେ ସୋଡାଷ୍ଟ୍ରର ଗୋଟିଏ ମୁଣ୍ଡ ପୁରାଅ
-ପାଉଚକୁ ଭଲ କରି ସୂତାରେ ବାନ୍ଧିଦିଅ
-ସୋଡାଷ୍ଟ୍ରରେ ଫୁଙ୍କିଲେ କ୍ଷୀର ଜରିଟି ବେଲୁନ ଭଳି ଫୁଲିବ
-ଏବେ ଜରି ଉପରେ ଓଜନିଆ ଜିନିଷ ରଖ
-ସୋଡାଷ୍ଟ୍ର ଦେଇ ଫୁଙ୍କିଲେ ଜରିଟି ଫୁଲିବ
ଦେଖ କେମିତି ଏତିକି ଟିକିଏ ପବନ ଓଜନିଆ ଜିନିଷକୁ ଉପରକୁ ଉଠାଇ ଦେଉଛି । ତମେ ପାଟିରେ ଫୁଙ୍କି କେତେ ଅଧିକ ଓଜନିଆ ଜିନିଷ ଉଠାଇ ପାରିବ ଦେଖ ।
Comments are closed.