Latest Odisha News

BREAKING NEWS

ବିଜ୍ଞାନ ଖେଳ : ପେନ୍ ବାଲାନ୍ସ ମ୍ୟାଜିକ୍‌

ଗୋଟିଏ ପେନସିଲ୍ କି ପେନ୍‌କୁ ଯଦି ଆମେ ଆଙ୍ଗୁଠି ଅଗରେ ରଖିବାକୁ ବା ବାଲାନସ୍ କରିବାକୁ ଚେଷ୍ଟା କରିବା ତେବେ ଏହାର ମଝାମଝି ଆଙ୍ଗୁଠି ରଖିବାକୁ ପଡିବ । କାରଣ ଏହାଦ୍ୱାରା ଆଙ୍ଗୁଠି ରଖିବା ଜାଗାର ଦୁଇ ପଟେ ସମାନ ଓଜନ ରହିବ । ବିଜ୍ଞାନ ଭାଷାରେ କହିବାକୁ ଗଲେ ଆଙ୍ଗୁଠି ରଖିବା ଜାଗାଟି ହେଉଛି ସେହି ପେନ୍ ବ ପେନସିଲ୍‌‌ର ମାଧ୍ୟାକର୍ଷଣ କେନ୍ଦ୍ରବିନ୍ଦୁ ବା ସେଣ୍ଟର ଅଫ ଗ୍ରାଭିଟି ।

ଆମେ ଯଦି ପେନ୍ ବା ପେନସିଲ୍ ର ମଝାମଝି ଜାଗାରେ ଟିପ ନରଖିବା ତେବେ ଏହା ନିଶ୍ଚୟ ପଡିଯିବ । କାରଣ ଏହାର ମାଧ୍ୟାକର୍ଷଣ କେନ୍ଦ୍ର ଏବଂ ଟିପ ରଖିବା ସ୍ଥାନଟି ଭିନ୍ନ ହୋଇଯିବ ।

ଯେ କୌଣସି ବସ୍ତୁକୁ ବାଲାନସ୍ କରି ରଖିବାକୁ ହେଲେ ତାର ମାଧ୍ୟାକର୍ଷଣ କେନ୍ଦ୍ରବିନ୍ଦୁରେ ହିଁ ଧରିବାକୁ ପଡିବ, ଯେମିତି ଆମେ ନିକିତିରେ ଦେଖିଥାଏ । ନିକିତି କଣ୍ଟାଟି ମାଧ୍ୟାକର୍ଷଣ କେନ୍ଦ୍ର ବିନ୍ଦୁରେ ଥାଏ । ଦୁଇ ପଟେ ସମାନ ଓଜନ ରହିଲେ କଣ୍ଟାଟି ସମାନ ମଝିରେ ରହେ ।

ଏବେ କିନ୍ତୁ ଆମେ କିଛି ମ୍ୟାଜିକ କରିବା । ପେନ୍ ଅଗକୁ ଟିପରେ ରଖିଲେ ମଧ୍ୟ ଏହା ପଡି ଯିବ ନାହିଁ ।

ଏଥିପାଇଁ ଦରକାର ଗୋଟିଏ ଖବର କାଗଜ । ଏହାକୁ ୮ପରସ୍ତ କରି ଭାଙ୍ଗି ଦିଅ । ଖବରକାଗଜର ମୋଟା ପଟିକୁ ପେନ୍ ର କ୍ଲିପ୍ ଭିତରେ ପୁରାଇ ଦିଅ । ଏବେ ପେନ୍ ର ମଝାମଝି ଟିପ ନରଖି ଗୋଟିଏ ପଟରେ ରଖ । ଦେଖ କେମିତି ପେନ୍ ଟି ପଡୁନାହିଁ ।

ଲକ୍ଷ୍ୟ କର, ଆମେ ଯେତେବେଳେ ଟିପକୁ ଗୋଟିଏ କଡକୁ ଘୁଞ୍ଚାଇ ନେଉଛେ ସେତେବେଳେ ଖବରକାଗଜ ପଟି ସେହି ପଟକୁ ଢଳି ଢଳି ଯାଉଛି । ଏହା ଫଳରେ ମାଧ୍ୟାକର୍ଷଣ କେନ୍ଦ୍ର ବା ସେଣ୍ଟର ଅଫ ଗ୍ରାଭିଟି ସେହି ପଟକୁ ଘୁଞ୍ଚି ଘୁଞ୍ଚି ଯାଉଛି । ତେଣୁ ପେନ୍ ର ଅଗରକୁ ଟିପ ଉପରେ ରଖିଲେ ମଧ୍ୟ ତାହା ପଡି ଯାଉନି ।

Leave A Reply

Your email address will not be published.