Latest Odisha News

BREAKING NEWS

ନଭେମ୍ବର ୧୦ରେ ନିଲାମ ହେବ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୈତୃକ ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍ କାସକରଙ୍କ ପୈତୃକ ସମ୍ପତ୍ତି ବର୍ତ୍ତମାନ ନିଲାମ ହେବ। ଯେଉଁମାନେ ନିଲାମୀ କରିବାକୁ ଚାହୁଁଛନ୍ତି ସେମାନେ ଆଜିଠାରୁ ସମ୍ପତ୍ତି ଯାଞ୍ଚ କରିବେ।

(SAFEMA) ଏଜେନ୍ସି ଡନ୍ ଦାଉଦ୍‌ଙ୍କ ସମ୍ପତ୍ତି ନିଲାମ କରିବାକୁ ଯାଉଛନ୍ତି। ନଭେମ୍ବର ୧୦ରେ, ନିଲାମର ଏହି ପ୍ରକ୍ରିୟା ଇ-ନିଲାମ ମାଧ୍ୟମରେ କରାଯିବ। ଦାଉଦ୍‌ ଇବ୍ରାହିମର ଏହି ସମସ୍ତ ସମ୍ପତ୍ତି ରତ୍ନଗିରିର ଖେଡ୍‌ ତହସିଲରେ ରହିଛି। ଦାଉଦ୍‌ଙ୍କର ସାତଟି ଜମି ଏବଂ ଗୋଟିଏ ଘର ନିଲାମ ହେବ।
ନଭେମ୍ବର ୬ ସୁଦ୍ଧା ଆବେଦନ ପ୍ରକ୍ରିୟା ସମାପ୍ତ ହେବ ଏବଂ ନିଲାମ ପ୍ରକ୍ରିୟା ନଭେମ୍ବର ୧୦ରେ ଇ-ନିଲାମ ମାଧ୍ୟମରେ ସମ୍ପୂର୍ଣ୍ଣ ନିଲାମୀ ପ୍ରକ୍ରିୟା ଶେଷ ହେବ।

Leave A Reply

Your email address will not be published.