ଆମେ ଘର୍ଷଣ ବଳକୁ ବ୍ୟବହାର କରି ଗୋଟିଏ ମଜାଦାର ଖେଳଣା ତିଆରି କରିପାରିବା । ଦେଖିବା କେମିତି କଣ୍ଢେଇ ଉପରକୁ ଉପରକୁ ଚଢୁଛି ।
ଏଥିପାଇଁ ଦରକାର ଗୋଟିଏ କାଗଜ

-ଗୋଟିଏ ୩୦x୮ ସେମି କାଗଜ ପଟି ନିଅ
-କାଗଜ ପଟିକୁ ଲମ୍ବା ପଟରେ ଦୁଇ ଭାଗ କରିଦିଅ

– ସେହି ଲମ୍ବା ପଟରେ କାଗଜକୁ ଚାରି ଚଉତ କରିଦିଅ

-କାଗଜପଟିକୁ ଖୋଲିଦିଅ । ଏହାର ମଝିରେ ପଡିଥିବା ଭାଙ୍ଗ ପାଥରେ କାଗଜକୁ ୪୫ ଡିଗ୍ରୀ କୋଣ କରି ଚିତ୍ରରେ ଦେଖାଯାଇଥିବା ଭଳି ମୋଡିଦିଅ ।
-ଏବେ କାଗଜକୁ ୪୫ଡିଗ୍ରୀ କୋଣ ଭାଙ୍ଗରେ ଭିତରକୁ ଚିପି ଭାଙ୍ଗିଦିଅ । ଉଭୟ ଡାହାଣ ଏବଂ ବାମ ପଟ କାଗଜ ପଟିକୁ ଭିତରକୁ ମୋଡି ଦିଅ

– ଆମକୁ ଦୁଇ ପରସ୍ତିଆ ଏକ କାଗଜ ପଟି ମିଳିବ, ଯାହାର ଗୋଟିଏ ପଟ ଗୋଜିଆ

-ଛୋଟ ତିନିକୋଣିଆ କାଗଜରେ କଣ୍ଢେଇ ଆଖି ଚିତ୍ର କରିଦିଅ

-ଏବେ ଚିତ୍ରରେ ଦେଖା ଯାଇଥିବା ଭଳି ତିନିକୋଣିଆ କାଗଜକୁ କଇଁଚିରେ କାଟିଦିଅ

-ତିନିକୋଣିଆ କାଗଜ ପଟିକୁ ଲମ୍ବା କାଗଜ ପଟି ମଝିରେ ଚିତ୍ରରେ ଦେଖା ଯାଇଥିବା ଭଳି ରଖିଦିଅ

– ଏବେ ଦୁଇ ପଟ କାଗଜକୁ ଆଗ ପଛ କର । ଦେଖ କେମିତି କଣ୍ଢେଇ ଉପରକୁ ଚଢୁଛି ।
Comments are closed.