Latest Odisha News

ଶିଶୁ କବିତା : ସତର୍କ ସୂଚନା

ଗଦାଧର ସାହୁ

ବଢୁଅଛି ଖରା
ବଢୁଅଛି ତାତି
ବହୁଛି ଝାଞ୍ଜି ପବନ,
ତଣ୍ଟି ପାଟି ଆମ
ସୁଖି ସୁଖି ଯାଏ
ପାଣି ପିଇବାକୁ ମନ ।

ଦେହରୁ ବହୁଛି
ଝାଳ ଗମ୍ ଗମ୍
ମୁଣ୍ଡ ମାରିଯାଏ ଝାଇଁ,
ଛାଇ ଦେଖି ଦଣ୍ଡେ
ବିଶ୍ରାମ ଘେନିବୁ
ପାଣି ପିଅ ମୁହଁ ଧୋଇ ।

ଘୋଳଦହି କାଞ୍ଜି
ତୋରାଣି ପିଇବ
ଲେମ୍ବୁ ଲୁଣ ସରବତ,
ତରଭୁଜ ଖାଇ
ପଇଡ ପିଇବ
ଜଳିୟ ଅଂଶ ବହୁତ ।

ମୁଣ୍ଡରେ ପଗଡି
ହାତେ ଧରି ଛତା
ପାଦରେ ଚପଲ ପିନ୍ଧି,
ଜରୁରୀ କାମରେ
ଘରୁ ଯାଇପାର
ନହେଲେ ଗୃହରେ ବନ୍ଦି।

ବେଶି ଝାଳ ବୋହି
ଝାଇଁ ମାରିଗଲେ
ନକରିବ କେବେ ଡେରି,
ଡାକ୍ତରଖାନାକୁ
ଅତି ଶୀଘ୍ର ନେବ
ଜୀବ ନଯିବ କାହାରି ।

ଏତିକି ସତର୍କ
ଗ୍ରୀଷ୍ମେ ଆମେ ହେବା
ଧଳା ସୁତା ବସ୍ତ୍ର ପିନ୍ଧି,
ଅଂଶୁଘାତ ସଦା
ଆମକୁ ଡରିବ
ଆମେ ଦେବା ତାକୁ ବାନ୍ଧି।

Leave A Reply

Your email address will not be published.