Latest Odisha News

BREAKING NEWS

ଶିଶୁ କବିତା : ଫିକା ଲାଗେ ନୂଆ ବରଷ

ପ୍ରତିଭା ସାହୁ

ଫିକା ଫିକା ଲାଗେ ନୂଆ ବରଷଟା
ମନ କର ନାହିଁ ଊଣା
ବଣଭୋଜି ପାର୍ଟି ଵୁଲାବୁଲି ସଵୁ
ସେଲିବ୍ରେସନ୍ ତ ମନା ।।

ଓମିକ୍ରନ୍ ରୋଗ ଆସିଗଲା ପୁଣି
ତେଣୁ ହେଲା କଟକଣା
ଘରେ ରହି ନୂଆ ବରଷ ପାଳିବା
ଖାଇ ପିଇ ପିଠାପଣା ।।

ନୂଆ ବରଷର ନୂତନ ପ୍ରଭାତେ
ଉଦୟ ଭାନୁକୁ ଚାହିଁ
ଆମରି ଭାରତ ପାଣି ପଵନରେ
ଚଳିବା ଏକାଠି ହୋଇ ।।

ଭୁଲିଯିବା ଆମେ ଅତୀତ ଦୁର୍ଦ୍ଦିନ
ଭୋଗିଅଛି ଯିଏ ଯାହା
ଦୁଇ ହଜାର ବାଇଶି ମସିହା
ନୂଆ ପ୍ରେରଣାର ସାହା ।।

ଶକ୍ତହୋଇ ଆମେ ସତ୍ୟର ପଥେ
ଠିଆ ହେବା ସବୁ ଆସ
ନ ଥାଉ ପଛେ ନାଚ ଗୀତ ଆସର
ପାଳିବା ନୂଆ ବରଷ ।।

ବଇଣ୍ଡା  ହାଇସ୍କୁଲ ରୋଡ୍

Leave A Reply

Your email address will not be published.