Latest Odisha News

BREAKING NEWS

ରାତି ତାପମାତ୍ରା ଖସିବ, ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢ଼ିବ ଶୀତ । ରାତି ତାପମାତ୍ରା ଖସିବ । ପୁଣି ଅନୁଭୂତ ହେବ ପ୍ରବଳ ଥଣ୍ଡା । ଆସନ୍ତାକାଲିଠୁ ଦୁଇଦିନ ଶୀତ ଲହରି ରହିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ପ୍ରବଳ ଥଣ୍ଡା ହେବାକୁ ନେଇ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ଖସିବାକୁ ନେଇ ଆଲର୍ଟ କରାଯାଇଛି । ସୋମବାର ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତର ଲହରି ଜାରି ରହିବ । ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ଖସିଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ରବିବାର ଓ ସୋମବାର ସକାଳୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ । ଶନିବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିଲା ।

Leave A Reply

Your email address will not be published.