Latest Odisha News

BREAKING NEWS

ଚାମେଲି ବିବାଦ ମାମଲା: ଶେଷରେ ମୁହଁ ଖୋଲିଲେ ବିଡିଓ ଓ ବିଧାୟକ

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା ସତ୍ତ୍ୱେ ଭିଡିଓ ରେକଡିଂ କରିଥିଲେ ସରପଞ୍ଚ। ବିନା ଅନୁମତିରେ କିଛି ଲୋକ ମୋ ଚାମ୍ବର ଭିତରେ ପଶିଥିଲେ। ମୋ ଚାମ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ହେଲା। ଶେଷରେ ଥାନାରେ ଅଭିଯୋଗ କରିବାକୁ ବାଧ୍ୟ ହେଲି। ଚାମେଲିଙ୍କର କୌଣସି ବିଲ ପେଣ୍ଡିଂ ନାହିଁ ବୋଲି ବିଡିଓ କହିଛନ୍ତି। ସେହିପରି ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ ନାୟକ।

ସେ କହିଛନ୍ତି, ସାନ ଭଉଣୀ ଚାମେଲି ବିରୋଧୀ ଦଳର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। କାମରେ ନୁହେଁ, କ୍ୟାମେରା ଆଗରେ ରହିବାକୁ ଚାହୁଁଛନ୍ତି ବିରୋଧୀ। ଏଠାରେ ଯେଉଁ ପ୍ରତ୍ୟାଖ୍ୟାତ ନେତା ଅଛନ୍ତି ସେମାନଙ୍କୁ ଲୋକ ଚାହୁଁନାହାନ୍ତି ବୋଲି ଦୁର୍ଗା କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା ଚାମେଲିଙ୍କୁ ମହାକାଳପଡ଼ା ପୋଲିସ ଶନିବାର ଗିରଫ କରିଥିଲା। ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ନାମରେ ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ ଓ ପୋଲିସ ସବ୍‌ଇନ୍ସପେକ୍ଟର ତପସ୍ୱିନୀ ବିଶ୍ୱାଳଙ୍କ ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା। ସେ ଅସୁସ୍ଥ ଥିବାରୁ ବାରିମୂଳ ଜେଲ କର୍ତ୍ତୃପକ୍ଷ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲା ।

Comments are closed.