Latest Odisha News

BREAKING NEWS

ସରପଞ୍ଚଙ୍କ ମହାନତା, ଦିବ୍ୟାଙ୍ଗ ସତ୍ତ୍ବେ ଗାଁ ରାସ୍ତାରୁ ଡ୍ରେନ୍‌ ପାଣି ନିଜେ କଲେ ସଫା

କଳାହାଣ୍ଡି: ବର୍ଷାରେ ଡ୍ରେନ୍‌ ପାଣି ନିଷ୍କାସନ ନ ହେବାରୁ ନିଜେ ସଫା କଲେ ଦିବ୍ୟାଙ୍ଗ ସରପଞ୍ଚ । ଏଭଳି ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ପଲସାପଡ଼ା ଗ୍ରାମରେ । ଡ୍ରେନ୍‌ ପୋତି ହୋଇଯିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା । ଗ୍ରାମବାସୀ ବେଲଖଣ୍ଡି ସରପଞ୍ଚ ଶୁଶାନ୍ତ ବାଗଙ୍କୁ ଏନେଇ ଅଭିଯୋଗ କରିଥିଲେ ।

ସରପଞ୍ଚ ସୁଶାନ୍ତ ବାଗ ଡ୍ରେନ୍‌ ସଫା କରିବାକୁ ଶ୍ରମିକ ଖୋଜି ଥିଲେ । କିନ୍ତୁ ଶ୍ରମିକ ନ ମିଳିବାରୁ ନିଜେ ଉଦ୍ୟମ କରି ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ଡ୍ରେନ୍‌କୁ ସଫା କରିଥିଲେ । ସରପଞ୍ଚ ସୁଶାନ୍ତ ବାଗଙ୍କ ଗ୍ରାମ ପ୍ରତି ଏପରି ପ୍ରେମ ଭାବନା ଦେଖି ସହଯୋଗର ହାତ ବଢ଼ାଇ ଡ୍ରେନ ସଫା କରିବା ସହିତ ପାଣି ନିଷ୍କାସନ କରିଥିଲେ ଗାଁର କିଛି ଲୋକ ।

ତେବେ ଖାଲି ଏହି କାମ ନୁହଁ ଏହା ପୂର୍ବରୁ ସେ ଜ ପଞ୍ଚାୟତରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ପ୍ରଶାସନର ଟଙ୍କାକୁ ଅପେକ୍ଷା ନକରି ପ୍ରଥମେ ନିଜ ବ୍ୟକ୍ତିଗତ ଟଙ୍କାରୁ ମୃତକଙ୍କ ପରିବାରଙ୍କୁ ଶେଷକୃତ୍ୟ ସମ୍ପନ୍ନ ପାଇଁ ଟଙ୍କା ପ୍ରଦାନ ହେଉ କିମ୍ବା କୌଣସି ଗରିବ ଗୁରୁବାଙ୍କୁ ନିଜ ପକ୍ଷରୁ ଆର୍ଥିକ ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନଜିର ରହିଛି । ଏନେଇ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

Comments are closed.