Latest Odisha News

BREAKING NEWS

ଫିଫା ବିଶ୍ୱକପ: ଇଂଲଣ୍ଡ ଖେଳାଳିଙ୍କୁ ହଇରାଣ କଲେ ମେକ୍ସିକୋ ପ୍ରଶଂସକ

ନୂଆଦିଲ୍ଲୀ: ଫୁଟବଲ ଖେଳରେ ଏପରି ଯାଦୁ ରହିଛି ଯାହା ପ୍ରଶଂସକଙ୍କୁ ପାଗଳ କରିଦିଏ । ସେମାନେ ନିଜ ପ୍ରିୟ ଦଳର ବିଜୟ ବ୍ୟତୀତ କିଛି ଚାହାନ୍ତି ନାହିଁ । ଚଳିତ ଫିଫା ବିଶ୍ୱକପରେ ମେକ୍ସିକୋ ଓ ଇଂଲଣ୍ଡ ମଧ୍ୟରେ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଆୟୋଜକ ମେକ୍ସିକୋ ପ୍ରଶଂସକମାନେ ଏ ଭଳି ଏକ କାଣ୍ଡ ରଚିଛନ୍ତି ଯାହାକୁ କ୍ରୀଡାପ୍ରେମୀମାନେ ପସନ୍ଦ କରି ନାହାନ୍ତି । ମେକ୍ସିକୋର ପ୍ରଶଂସକମାନେ ଇଂଲଣ୍ଡ ଖେଳାଳି ରହୁଥିବା ହୋଟେଲ ନିକଟରେ ପଂହଚି ରାତିଯାକ ହଇରାଣ କରିଛନ୍ତି ।

ଡ୍ରମ, ଲାଉଡସ୍ପିକର ଓ ପାଟିତୁଣ୍ଡ କରି ସେମାନେ ଇଂଲଣ୍ଡ ଖେଳାଳିଙ୍କୁ ଶୁଆଇ ଦେଇ ନାହାନ୍ତି । ମାନସିକ ଓ ଶାରୀରିକସ୍ତରରେ ଇଂଲଣ୍ଡ ଖେଳାଳିଙ୍କୁ ଦୁର୍ବଳ କରିଦେଲେ ତାଙ୍କ ଦଳ ପ୍ରି-କ୍ୱାର୍ଟରରେ ବିଜୟ ହାସଲ କରିପାରିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ଏବେ ପୋଲିସ ହୋଟେଲ ନିକଟରେ ସୁରକ୍ଷା ଦେଉଥିଲେ ମଧ୍ୟ ପ୍ରଶଂସକମାନଙ୍କୁ ହଟେଇବାରେ ସଫଳ ହୋଇପାରିନି । ଇଂଲଣ୍ଡ ଟିମ ପକ୍ଷରୁ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏହି ମ୍ୟାଚ ମେକ୍ସିକୋର ଏକଜଟିକା ଷ୍ଟାଡିୟମରେ ଖେଳାଯିବ ।

Leave A Reply

Your email address will not be published.