Latest Odisha News

BREAKING NEWS

କନ୍ନଡ ଷ୍ଟାର ସତୀଶ ବଜ୍ରଙ୍କ ହତ୍ୟା : ଦୁଇ ଗିରଫ

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଉଦୀୟମାନ କଳାକାର ୩୨ ବର୍ଷୀୟ ସତୀଶ ବଜ୍ରଙ୍କୁ ହତ୍ୟା କରାଯାଇଛି । ରକ୍ତରେ ଜୁଡୁବୁଡୁ ତାଙ୍କ ମୃତ ଶରୀର ପୋଲିସ ସତୀଶଙ୍କ ବାସଭବନରୁ ଉଦ୍ଧାର କରିଥିଲା । ପ୍ରାରମ୍ଭିକ ତଦନ୍ତରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସତୀଶ ଯେଉଁ ପ୍ଲାଟରେ ରହୁଥିଲେ ତାର ମାଲିକ ପୋଲିସକୁ ସୂଚନା ଦେବା ପରେ ଘଟଣା ସମ୍ମୁଖକୁ ଆସିଥିଲା । ସିସିଟିଭି ଫୁଟେଜରେ ଦୁଇ ଅଜଣା ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଯାହାକି ପୋଲିସକୁ ତଦନ୍ତରେ ସହାୟ ହେବ ବୋଲି ଆଶା କରାଯାଉଛି । ଏହି ଘଟଣାରେ ସତୀଶଙ୍କ ଶାଳକ ଉପରେ ପୋଲିସ ସନ୍ଦେହ କରୁଛି ।

ସତୀଶ ପରିବାରଲୋକଙ୍କ ବିରୋଧ ସତ୍ୱେ ବାହା ହୋଇଥିଲେ । ଏହି ବିବାହରେ ଉଭୟ ପରିବାର ଅସନ୍ତୁଷ୍ଟ ଥିଲେ । କିଛି ଦିନ ତଳେ ସତୀଶଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ତାଙ୍କ ଭାଇ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଲଗୋରୀ ଫିଲ୍ମ ମାଧ୍ୟମରେ ସତୀଶ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକଗୁଡିଏ ଫିଲ୍ମରେ ସପୋର୍ଟିଂ ଅଭିନେତା ଭାବେ କାମ କରିଛନ୍ତି ।

Leave A Reply

Your email address will not be published.