Latest Odisha News

BREAKING NEWS

ସାଇରାଜ-ଚିରାଗ ଜିତିଲେ ଫ୍ରେଂଚ ଓପନ ବ୍ୟାଡମିଂଟନ ଟାଇଟଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଫ୍ରେଂଚ ଓପନ ବ୍ୟାଡମିଂଟନ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେମାନେ ଚାଇନିଜ ତାଇପେର ଲି ଝେ ହୁଏ ଓ ୟାଙ୍ଗ ପୋ ହୁସାନଙ୍କୁ ୨୧-୧୧ ଓ ୨୧-୧୭ ସିଧାସଳଖ ଗେମ୍ସରେ ପରାସ୍ତ କରିଥିଲେ । ଏହା ସେମାନଙ୍କ ଦ୍ୱିତୀୟ ଫ୍ରେଂଚ ଓପନ ଟାଇଟଲ । ୨୦୨୨ରେ ବିଶ୍ୱର ଏକ ନମ୍ବର ପୁରୁଷ ଡବଲ୍ସ ଯୋଡି ସାଇରାଜ-ଚିରାଗ ଏହି ଟାଇଟଲ ପ୍ରଥମ ଥର ପାଇଁ ହାସଲ କରିଥିଲେ । ୨୦୨୨ରେ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ସେମାନେ ବାଧ୍ୟ ହୋଇଥିଲେ ।

୨୦୨୩ରେ ମାଲେସିଆ ସୁପର ସିରିଜ ୧୦୦୦, ଇଣ୍ଡିଆନ ସୁପର ସିରିଜ ୭୫୦ ଓ ଚାଇନା ମାଷ୍ଟର୍ସ ସୁପର ୭୫୦ର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଏହା ସେମାନଙ୍କ ପ୍ରଥମ ଟାଇଟଲ । ଏସିଆନ ଗେମ୍ସରେ ଚାମ୍ପିୟନ ହୋଇଥିବା ଭାରତର ଏହି ଯୋଡି ପ୍ୟାରିସ ଅଲିମ୍ପିକ୍ସରେ ସେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି କୋଚ ପୁଲେଲା ଗୋପୀଚାନ୍ଦ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.