Latest Odisha News

BREAKING NEWS

ଇଲେକ୍ଟୋରାଲ ବଣ୍ଡ: କାଲି ସୁଦ୍ଧା ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । କାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟାୟଳୟ । ଏସବିଆଇର ଅବଧି ବୃଦ୍ଧି ଆବେଦନକୁ ସିଧାସଳଖ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।  ରାଜନୈତିକ ଦଳ ପକ୍ଷରୁ ହୋଇଥିବା ନିର୍ବାଚନୀ ବଣ୍ଡ ତଥ୍ୟ ପ୍ରଦାନ କରିବାର ସମୟ ସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆବେଦନ କରାଯାଇଥିଲା । ଯାହାକୁ ଖାରଜ କରି ଖାଲି ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତଥ୍ୟ ଦେବାରେ ବିଳମ୍ବକୁ ନେଇ ଏସବିଆଇକୁ ଭର୍ତ୍ସନା କରିଛନ୍ତି  ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ନଗଦ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ସୂଚନା ମଧ୍ୟ ପୃଥକ ଭାବରେ ରଖାଯାଇଛି। ଦୁଇଟିକୁ ମିଶାଇବା ଏକ କଷ୍ଟକର କାର୍ଯ୍ୟ | ୨୨ ହଜାରରୁ ଅଧିକ ନିର୍ବାଚନୀ ବଣ୍ଡ ୨୦୧୯ରୁ ୨୦୨୪ ଭିତରେ କିଣାଯାଇଛି । ୨ ସେଟ୍ ର ଡାଟାକୁ ମିଶାଇଲେ ସମୁଦାୟ ସଂଖ୍ୟା ୪୪ ହଜାରରୁ ଅଧିକ ହେବ । ଏହି ସମୟରେ ଏହାକୁ ମିଶାଇବାକୁ ସମୟ ଲାଗିବ । ତେଣୁ ଏସବିଆଇର ସମୟ ସୀମା ବୃଦ୍ଧି ଆବେଦନକୁ ଖାରଜ କରିଥିବା କହିଛନ୍ତି କୋର୍ଟ । କାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯାହାକୁ ନିର୍ବାଚନ ଆୟୋଗ ୧୫ ମାର୍ଚ୍ଚରେ ପ୍ରକାଶିତ କରିବେ । ଏହା ସହ କହିଛନ୍ତି ଆମେ ବର୍ତ୍ତମାନ ଏସବିଆଇ ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ କିନ୍ତୁ ଯଦି ଏହା ବର୍ତ୍ତମାନ ପାଳନ ନହୁଏ, ତେବେ ଆମେ ଏକ ଅବମାନନା ମାମଲା ଦାଖଲ କରିବୁ।

 

 

 

 

Leave A Reply

Your email address will not be published.